ବାପା ମୁଖ୍ୟମନ୍ତ୍ରୀ ପୁଅ ହେଲେ ଉପମୁଖ୍ୟମନ୍ତ୍ରୀ

ବାପା ମୁଖ୍ୟମନ୍ତ୍ରୀ ପୁଅ ହେଲେ ଉପମୁଖ୍ୟମନ୍ତ୍ରୀ

ତାମିଲନାଡୁ ରାଜନୀତିରେ ବଡ଼ ହଲଚଲ . ବାପା ମୁଖ୍ୟମନ୍ତ୍ରୀ ପୁଅ ହେଲେ ଉପମୁଖ୍ୟମନ୍ତ୍ରୀ . ଯାହାକୁ ସହି ପାରୁନାହଁନ୍ତି ବିରୋଧି . ନିକଟରେ ତାମିଲନାଡୁ ମନ୍ତ୍ରୀମଣ୍ଡଳରେ ସମ୍ପ୍ରସାରଣ ସହ ବଡ଼ ଧରଣର ପରିବର୍ତନ ହୋଇଛି . ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟକରିଛି . କାରଣ ଏବେ ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିଙ୍କ ଥିବା ବେଳେ ପୁଅ ଉଦୟନିଧି ଷ୍ଟାଲିନଙ୍କୁ ଉପମୁଖ୍ୟମନ୍ତ୍ରୀ କରାଯାଇଛି . ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ ଉଦୟନିଧିଙ୍କୁ ଉପମୁଖ୍ୟମନ୍ତ୍ରୀ କରିବା ପାଇଁ ରାଜ୍ୟପାଳଙ୍କୁ ସୁପାରିସ କରିଛନ୍ତି .ରାଜ୍ୟପାଳ ମଧ ତାଙ୍କ ସୁପାରିସକୁ ଗ୍ରହଣ କରିଛନ୍ତି . ଚେନ୍ନାଇ ରାଜଭବନରେ ଶପଥ ଗ୍ରହଣ ସମାରୋହ କାର୍ଯ୍ୟକ୍ରମ ଅୟୋଜିତ ହୋଇଯାଇଛି .

ତେବେ ଦର୍ଶକ ବନ୍ଧୁ ରାଜନୀତି ଏମିତି କିଛି ହଠାତ ଆଉ ଆକସ୍ମିକ ଭାବେ ହୋଇନଥାଏ . ଯାହାବି ହୋଇଥାଏ ତାହା ପଛରେ କିଛି କାରଣ ରହିଥାଏ . ଆଉ ଯୋଜନା ଅନୁସାରେ ହୋଇଥାଏ . ହୁଏତ ମୁଖ୍ୟମନ୍ତ୍ରୀ ନିଜ ପୁଅକୁ ଆଗକୁ ନିଜ ଗାଦିରେ ଦେଖିବାକୁ ଚାହୁଁଛନ୍ତି ତାହା ହୋଇପାରେ . ସେଥିପାଇଁ ତାଙ୍କୁ ଉପମୁଖ୍ୟମନ୍ତ୍ରୀଙ୍କ ଦାୟୀତ୍ୱରେ ବସାଇଛନ୍ତି . ଆଉ ସେ ଭାବୁଛନ୍ତି ତାଙ୍କ ପୁଅ ଆଗକୁ ଏହି ଦାୟିତ୍ୱ ଭଲ ଭାବରେ ତୁଲାଇପାରିବ, ତେବେ କୌଣସି ସରକାରରେ କିଛି ପରିବର୍ତନ କରାଗଲେ ତାହା ପୂର୍ବରୁ ଦଳର ସମର୍ଥକ ଓ ମନ୍ତ୍ରୀ ମଣ୍ଡଳ ଓ ନେତାଙ୍କର ରାୟ ନିଆଯାଏ .ଆଉ ସମସ୍ତ ଙ୍କ ସମର୍ଥନ ପରେ ଦାୟିତ୍ୱ ଦିଆଯାଏ . ଏହା ଆମେ କହିପାରିବା କି ମୁଖ୍ୟମନ୍ତ୍ରୀଙ୍କ ପୁଅ ଉପମୁଖ୍ୟମନ୍ତ୍ରୀ ହୁଅନ୍ତୁ ବୋଲି ତାଙ୍କ ସମର୍ଥକ ବି ଚାହୁଁଛନ୍ତି .

ତେବେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଷ୍ଟାଲିନ ରାଜ୍ୟ ମନ୍ତ୍ରୀମଣ୍ଡଳରେ ପରିବର୍ତନ ନେଇ ସଙ୍କେତ ଦେଇଥିଲେ .ସେବେଠାରୁ ଉଦନିଧି ଷ୍ଟାଲିନ ରାଜ୍ୟର ଉପମୁଖ୍ୟମନ୍ତ୍ରୀ ହୋଇପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଥିଲା .ଏହାସହ ଗୋଭି ଚେଝିଆନ ,ଆର ରାଜେନ୍ଦ୍ରନ ,ଥିରୁ ଏମଏମ ନାସରଙ୍କୁ ନୂଆ ମନ୍ତ୍ରୀମଣ୍ଡଳରେ ସାମିଲ କରାଯାଇଛି .ଏହାସହ ସୁପ୍ରିମକୋର୍ଟରୁ ଜାମିନରେ ମୁକୁଳିଥିବା ବିବାଦୀୟ ସେନ୍ଥିଲ ବାଲାଜୀଙ୍କୁ ପୁଣି ଥରେ କ୍ୟାବିନେଟରେ ସାମିଲ କରାଯାଇଛି .

author

Related Articles

Leave a Reply

Your email address will not be published. Required fields are marked *