ବାରଣାସୀରୁ ପୁଣିଥରେ ଲଢିବେ ମୋଦୀ

ବାରଣାସୀରୁ ପୁଣିଥରେ ଲଢିବେ ମୋଦୀ

୨୦୨୪ ନିର୍ବାଚନ ପାଇଁ ଏଯାଏଁ ତାରିଖ ଘୋଷଣା ହୋଇନି । କିନ୍ତୁ ନିର୍ବାଚନ ପାଇଁ ବିଜେପି ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ଦିଲ୍ଲୀ ସ୍ଥିତ ମୁଖ୍ୟାଳୟରେ ବିଜେପିର ଗୁରୁତ୍ୱପୂର୍ଣ୍ଣ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଏହି ସମ୍ମିଳନୀରେ ବିଜେପି ତା’ର ପ୍ରଥମ ପର୍ଯ୍ୟାୟ ତାଲିକା ଘୋଷଣା କରିଛି। ବିଜେପି ୧୯୫ ସିଟ୍ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ୧୬ ରାଜ୍ୟ ଏବଂ ୨ କେନ୍ଦ୍ର ଶାସିତ ଅଞ୍ଚଳରୁ ୧୯୫ ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯାଇଛି। ଏହାସହ ବାରଣାସୀରୁ ପୁଣି ଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲଢିବେ ବୋଲି ନିଷ୍ପତ୍ତି ନିଆଯାଇଛି। ବିଜେପି ମୁଖ୍ୟାଳୟରେ ପ୍ରେସମିଟରେ ଏନେଇ ଘୋଷଣା କରାଯାଇଛି।ଉତ୍ତର ପ୍ରଦେଶରୁ ସର୍ବାଧିକ ୫୧ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା ହୋଇଛି। ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ଓଡ଼ିଶା ନାହିଁ। ଓଡ଼ିଶାର କୌଣସି ସିଟ୍ ପାଇଁ ପ୍ରାର୍ଥୀ ଘୋଷଣା କଲାନି ବିଜେପି।

author

Related Articles

Leave a Reply

Your email address will not be published. Required fields are marked *