ବାରଣାସୀ କ୍ରିକେଟ ଷ୍ଟାଡିୟମର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

ବାରଣାସୀ କ୍ରିକେଟ ଷ୍ଟାଡିୟମର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

ଆଜି ବାରଣାସୀର ଗଞ୍ଜାରୀରେ ଏକ ଅନ୍ତରାଷ୍ଟ୍ରୀୟ କ୍ରିକେଟ ଷ୍ଟାଡିୟମ ଉଦଘାଟନ ହେବ । ଏହାର ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ ମୋଦି । ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହିବେ ସଚ୍ଚିନ ତେନ୍ଦୁଲକର,ସୁନିଲ ଗାଭାସ୍କର,ରବି ଶାସ୍ତ୍ରୀ ଓ ଅନ୍ୟ ଖେଳାଳିମାନେ । ଏହା ଏକ ନିଆରା ଷ୍ଟାଡିୟମ ହେବାକୁ ଯାଉଛି କାରଣ ଏଥିରେ ଭଗବାନ ଶିବଙ୍କୁ ନେଇ ଏହି ଷ୍ଟାଡିୟମର ଥିମ୍ କୁ ପ୍ରସ୍ତୁତ କରାଯିବ । କାରଣ ଷ୍ଟାଡିୟମ ବାହାରେ ଦେଖିବାକୁ ମିଳିବ ଶିବଙ୍କ ତ୍ରିଶୂଳ । ଏଥିରେ ଫ୍ଲଡ ଲାଇଟ୍ ଲଗାଯିବ । ଷ୍ଟାଡିୟମର ମୁଖ୍ୟ ବିଲଡିଙ୍ଗ କୁ ଶିବଙ୍କ ଡମ୍ବରୁ ଆକାରର ନିର୍ମାଣ କରାଯିବ । ସେହିପରି ଷ୍ଟାଡିୟମର ପ୍ରବେଶ ଦ୍ୱାରକୁ ବେଲପତ୍ର ଅକାରରେ ତିଆରି କରାଯିବ ।ଏହାର ନର୍ମାଣ ପାଇଁ 451 କୋଟି ଟଙ୍କା ଖର୍ଚ୍ଚ ହୋଇଛି ।

author

Related Articles

Leave a Reply

Your email address will not be published. Required fields are marked *