ଖଲ୍ଲିକୋଟ ଥାନା ଅନ୍ତର୍ଗତ ଗୋପପୁର ରାସ୍ତା ପାର୍ଶ୍ଵ ଜଙ୍ଗଲରେ ବାରହା ଶିକାର ପାଇଁ ବିଛା ଯାଇଥିବା ବିଜୁଳି ତାର ସଂସ୍ପର୍ଶରେ ଆସି ଚିକିଲି ଗ୍ରାମର ଜଣେ ୫୫ ବର୍ଷୀୟ ବ୍ୟକ୍ତି ମୃତ୍ୟୁ ବରଣ କରିଥିବା ଜଣାପଡିଛି । ଗତକାଲି କାଠ ହାଣି ଯାଇଥିବା କିଛି ମହିଳା ଏକ ଖାଲୁଆ ଘଞ୍ଚ ବୁଦା ଭିତରୁ ଗନ୍ଧ ଆସୁଥିବା ଜାଣି ମହିଳାମାନେ ଦେଖିଥିଲେ ଏକ ଗଳିତ ଶବ ପଡ଼ି ରହିଛି।ଏହି ଘଟଣା ଗ୍ରାମରେ କହିବା ପରେ ଗ୍ରାମବାସୀ ପୋଲିସକୁ ଖବର ଦେବା ପରେ ଖଲ୍ଲିକୋଟ ଆଇ ଅ|ଇ ସି ନରେଶ କୁମାର ସାହୁଙ୍କ ସମେତ ପୋଲିସ କର୍ମଚାରୀ ମାନେ ଗୋପପୁର ଗ୍ରାମ ନିକଟସ୍ଥ ଜଙ୍ଗଲକୁ ଯାଇ ଛାନଭିନ କରି ଉକ୍ତ ଶବକୁ ଠାବ କରିଥିଲେ | ତେବେ ଶବଟି ଗତ ଚାରିଦିନ ପୂର୍ବର ବୋଲି ଜଣାପଡିଛି |ପୋଲିସ ଶବକୁ ଯାଞ୍ଚ କରିବା ପରେ ତାର ପକେଟରୁ କିଛି କାଗଜ ବାହାର କରିଥିଲା ଓ ସେହି କାଗଜରେ ଲେଖା ଥିବା ଫୋନ ନମ୍ବର ଦେଖି ଫୋନ କରି ପ୍ରାଥମିକ ତଦନ୍ତରୁ ଜାଣି ପାରିଥିଲା ଶବଟି ଚିକିଲି ଗ୍ରାମର ତ୍ରିଲୋଚନ ଖୁଣ୍ଟିଆଙ୍କ ପୁଅ ପ୍ରସନ୍ନ ଖୁଣ୍ଟିଆଙ୍କ ବୋଲି । ପୋଲିସ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଥିବା ଜଣାପଡିଛି । ପ୍ରସନ୍ନର ମୃତୁକୁ ପୋଲିସ ସଠିକ ତଥ୍ୟ ସନ୍ଧାନରେ ଅଛି ଯେ ମୃତ ପ୍ରସନ୍ନ ଜଙ୍ଗଲ ଭିତର ଦେଇ କେଉଁ ଆଡୁ ଆସୁଥିଲା ନା ସହଯୋଗୀ ବାରହା ଶିକାରୀ ସାଙ୍ଗରେ ଯାଇଥିଲା କି ? ପୋଲିସ ବିଭିନ୍ନ ଦିଗରୁ ତଦନ୍ତ ଚାଳାଇବା ସହ ବାରହା ଶିକାର ପାଇଁ ବିଛା ଯାଇଥିବା ବିଦ୍ୟୁତ ତାର ଓ ଅନ୍ୟନ୍ୟ ଯନ୍ତ୍ରଂଶ ଜବତ କରି ତଦନ୍ତ ଚଳାଇଛି।