ବାଲେଶ୍ୱରରେ ଆହୁରି ଦୁଇ ଦିନ ବନ୍ଦ ଇଣ୍ଟରନେଟ

ବାଲେଶ୍ୱରରେ ଆହୁରି ଦୁଇ ଦିନ ବନ୍ଦ ଇଣ୍ଟରନେଟ

ବାଲେଶ୍ୱର ଜିଲ୍ଲାରେ ଜାରି ରହିଛି କର୍ଫ୍ୟୁ । ୪ ଘଣ୍ଟା କୋହଳ ପରେ ପୁଣି ଦିନ ୧୧ଟାରୁ କଟକଣାକୁ କଡାକଡି କରାଯାଇଛି । ଇଣ୍ଟରନେଟ ସେବାକୁ ମଧ୍ୟ ଆହୁରି ୪୮ ଘଣ୍ଟା ଯାଏଁ ବନ୍ଦ ରଖିବାକୁ ଗୃହ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି । ତେବେ ଜିଲ୍ଲା ମାଜିଷ୍ଟ୍ରେଟ ଇଣ୍ଟରନେଟ ସେବା ବନ୍ଦ ପାଇଁ ଆବେଦନ କରିଥିଲେ । ୨୨ ତାରିଖ ଦିନ ୧୦ଟା ଯାଏ ସୋସିଆଲ ମିଡିଆ ପ୍ଲାଟଫର୍ମ ହ୍ୱାଟସଆପ, ଫେସବୁକ ଭଳି ଆପଗୁଡିକ ଉପରେ ପ୍ରତିବନ୍ଧକ ଲଗାଯାଇଥିବା ସୂଚନା ରହିଛି । ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ପରେ ଦୁଇ ଦିନ ହେବ ବାଲେଶ୍ୱରରେ କର୍ଫ୍ୟୁ ଜାରି କରାଯାଇଛି । ଏହି ଘଟଣାରେ ୩୪ ଜଣଙ୍କୁ ଅଟକ ରଖାଯାଇଥିବା ବେଳେ ୪୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି ।

author

Related Articles

Leave a Reply

Your email address will not be published. Required fields are marked *