ବାଲେଶ୍ୱରରେ ଜମୁଛି ଅଶ୍ୱିନୀଙ୍କ ପ୍ରଚାର

ବାଲେଶ୍ୱରରେ ଜମୁଛି ଅଶ୍ୱିନୀଙ୍କ ପ୍ରଚାର

ରାଜ୍ୟରେ ଜୋର ଜମୁଛି ନିର୍ବାଚନୀ ମାହୋଲ । ପ୍ରଚାର ମଇଦାନକୁ ସରଗରମ କରାଉଛନ୍ତି ତିନି ଦଳର ହେଭିୱେଟ ନେତାମାନେ । ଓଡିଶା ଗସ୍ତରେ ଆସୁଛନ୍ତି ବିଜେପିର ବଡ ବଡ କେନ୍ଦ୍ରୀୟ ନେତୃତ୍ୱ । ବାଲେଶ୍ୱରରେ ପ୍ରଚାରକୁ ଜୋର କରିବାରେ ଲାଗିପଡିଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ସକାଳୁ ସକାଳୁ ପ୍ରଚାର ଆରମ୍ଭ କରିଦେଇଛନ୍ତି ରେଳମନ୍ତ୍ରୀ । ଚାଲି ଚାଲି ସଦର ମହକୁମାର ୧ ନମ୍ବର ୱାର୍ଡରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ୍ ମାଗିଛନ୍ତି । ଅଶ୍ୱିନୀ ବୈଷ୍ଣବଙ୍କ ସହ ବାଲେଶ୍ୱର ସାଂସଦ ପ୍ରାର୍ଥୀ ପ୍ରତାପ ଷଡଙ୍ଗୀ, ସଦର ବିଧାୟକ ପ୍ରାର୍ଥୀ ମାନସ ଦତ୍ତ ମଧ୍ୟ ସାମିଲ ହୋଇଛନ୍ତି । ରେଳ ମନ୍ତ୍ରୀଙ୍କୁ ଦେଖି ଲୋକଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଥିଲା ।

author

Related Articles

Leave a Reply

Your email address will not be published. Required fields are marked *