ସୋରରେ ମନ୍ଦିରରୁ ହେଉଛି ସିିରିଜ୍ ଲୁଟ୍ । ଦୁଇଟି ମନ୍ଦିର ଦାନବାକ୍ସରୁ ଲୁଟିନେଲେ ଲକ୍ଷ ଲକ୍ଷ ଟଙ୍କା, ଅଳଙ୍କାର ।ଗତ ରାତିରେ ସୋର ଥାନା ଅଞ୍ଚଳର ଦୁଇଟି ମନ୍ଦିରରୁ ପୁଣି ଚୋରି ହୋଇଛି । ସିମୁଳିଆ ତ୍ରିଲୋଚନେଶ୍ୱର ଓ ଅସିମିଳାରେ ବାବା ନିଳକଣ୍ଠେଶ୍ୱର ଶିବ ମନ୍ଦିରରୁ ଲକ୍ଷାଧିକ ଟଙ୍କାର ଅଳଙ୍କାର ଓ ଦାନବାକ୍ସ ଚୋରି ହୋଇଥିବା ଅଭିଯୋଗ ହୋଇଛି । ୯ଟି ସୁନା କଲରା, ରୂପା କଠଉ, ରୂପା ତ୍ରିଶୂଳ, ରୂପା ଡମ୍ପରୁ, ରୂପା ଷ୍ଟାଣ୍ଡ ଆଦି ଚୋରି ହୋଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚିି ତଦନ୍ତ ଆରମ୍ଭ କରିଛି ।ଗତକାଲି ନୀଳଗିରିର ପ୍ରସିଦ୍ଧ ଶୈବ ପୀଠ ପଂଚଲିଙ୍ଗେଶ୍ୱର ମନ୍ଦିରର ଦାନ ହୁଣ୍ଡି ଚୋରି ହୋଇଥିଲା । ହେଲେ ଏଯାଏଁ କୌଣସି ଲୁଟେରାଙ୍କ ଟେର ପାଉନି ପୋଲିସ ।
You can share this post!
author
Related Articles
ଚିନ୍ତାରେ ବିଜେପି,ନବୀନଙ୍କ କଥାରେ ହଁ ମାରିବେ ରାହୁଲ
- September 28, 2024
ମୁହଁ ଖୋଲିଲେ ବଦ୍ରି …ନବୀନଙ୍କୁ କହିଦେଲେ ବଡ କଥା !
- September 28, 2024
ପ୍ରତିଦିନ ଚକୋଲେଟ ଖାଇଲେ କଣ ମିଳିବ ଫାଇଦା ?
- September 28, 2024