ବାହାନଗା ରେଳ ଦୁର୍ଘଟଣା: ୨୮ ଅଚିହ୍ନ ମୃତଦେହ ସତ୍କାର ସରିଲା ….

ବାହାନଗା ରେଳ ଦୁର୍ଘଟଣା: ୨୮ ଅଚିହ୍ନ ମୃତଦେହ ସତ୍କାର ସରିଲା ….

ବାଲେଶ୍ୱର ବହନଗାରେ ଘଟିଥିଲା ରେଳ ଦୁର୍ଘଟଣାରେ ମୃତକଙ୍କ ମଧ୍ୟରୁ ଚିହ୍ନଟ ହୋଇପାରିବ ନ ଥିବା ୨୮ ମୃତଦେହର ସଂସ୍କାର କରାଯାଇଥିଲା ବୁଧୁବାର ସକାଳ ସୁଦ୍ଧା ସଂସ୍କାର କାର୍ଯ୍ୟ ଶେଷ ହୋଇଥିଲା | ତଦନ୍ତକାରୀ ସଂସ୍ଥା ସିବିଆଇ ଓ ଖୋର୍ଦ୍ଧା ଜିଲାପାଳଙ୍କ ନିଁର୍ଧେଶ ପରେ ମଙ୍ଗଳବାର ରାତିସୁଦ୍ଧା ଏମ୍ସରେ ଥିବା ସମସ୍ତ ୨୮ ମୃତଦେହକୁ ବିଏମସିଙ୍କୁ ହସ୍ତାନ୍ତର କରାଯାଇଥିଲା | ପ୍ରଦୀପ ସେବା ଟ୍ରଷ୍ଟ ପକ୍ଷରୁ ଶବସଂସ୍କାର କାମ ମଧ୍ୟ କଳା ପଡିଯାଇଥିଲା | ଶବରୁ ପାଣି ବାହାରୁଥିବାରୁ ବାରମ୍ବାର ନିଆଁ ଲିଭାଯାଉଥିଲା | ଶବ ସଂସ୍କାର ଶେଷ ହେବାପରେ ରେଳ ଦୁର୍ଘଟଣା ନେଇ ବିଏମସି ନେଇଥିଲା | ସମସ୍ତ ଦାଇତ୍ୱ ଶେଷ ହୋଇଥିଲା | ଗତ ଜୁନ୨ରେ ବାଲେଶ୍ୱର ବାହାନଗା ରେଳ ଷ୍ଟେସନ ନିକଟରେ ଭୟଙ୍କର ଦୁର୍ଘଟଣା ଘଟିଥିଲା | ଏଥିରେ ୨୯୦ ଲୋକଙ୍କ ମୃତୁ ହୋଇଥିଲା |

author

Related Articles

Leave a Reply

Your email address will not be published. Required fields are marked *