ବାହାରେ ଅଳିଆ ପକାଇଲେ ଫାଇନ କାଟିବ ବିଏମସି

ବାହାରେ ଅଳିଆ ପକାଇଲେ ଫାଇନ କାଟିବ ବିଏମସି

ଏଣିକି ଖୋଲା ସ୍ଥାନରେ ଅଳିଆ ପକାଇଲେ ଫାଇନ କାଟିବ ବିଏମସି । ରାଜଧାନୀରେ ରୋଡ ସାଇଡ , ଖାଲି ପଡିଥିବା ସ୍ଥାନରେ ଅଳିଆ ଜମୁଥିବାରୁ ଏହା ଭୁବନେଶ୍ୱରବାସୀଙ୍କ ଚିନ୍ତା ବଢାଇଛି । ଏ ସମ୍ପର୍କରେ ବିଭିନ୍ନ ସଙ୍ଘ ସହ ବୈଠକ କରି ସଚେତନ କରିଛି ବିଏମସି । ଅଳିଆ ସଂଗ୍ରହ ପାଇଁ ଗାଡିର ବ୍ୟବସ୍ଥା ଅଛିା ରାସ୍ତା ଉପରେ ଅଳିଆ ପକାଇଲେ କଡା କାଯ୍ୟାନୁଷ୍ଠାନ ନିଆଯିବ । ଦୋକୀନୀମାନଙ୍କ ପାଇଁ ମଧ୍ୟ ଏହା ଲାଗୁ କରାଯିବ ।ଯେଉଁ ଦୋକାନୀ ଖିଲାପ କରିବେ ସେମାନଙ୍କ ଉପରେ ଫାଇନ କାଟିବ ବିଏମସି । ଏନେଇ ବିଏମସି କମିଶନର ବିଜୟ ଅମୃତା କୁଲାଙ୍ଗେ ସୂଚନା ଦେଇଛନ୍ତି । ଦିନକୁ ଦିନ ରାଜଧାନୀରେ ଅଧିକାଂଶ ସ୍ଥାନରେ ଅଳିଆ ଜମି ରହୁଥିବାରୁ ଏଥିପ୍ରତି ସତର୍କତା ଅବଲମ୍ବନ କରିବାକୁ ବିଏମସି ଏଭଳି ପଦକ୍ଷେପ ନେଇଛି ।

author

Related Articles

Leave a Reply

Your email address will not be published. Required fields are marked *