ବାହୁବଳୀଙ୍କ ବଳରେ ବଳୀୟାନ ଅପରାଜିତା ମ୍ୟାଡାମ !

ବାହୁବଳୀଙ୍କ ବଳରେ ବଳୀୟାନ ଅପରାଜିତା ମ୍ୟାଡାମ !

ହଁ ଦର୍ଶକବନ୍ଧୁ ନିର୍ବାଚନ ପୂର୍ବରୁ ଗଣମାଧ୍ୟମରେ ଆକ୍ଟିଭ ରହୁଥିବା ସାଂସଦ ଅପରାଜିତା ମ୍ୟାଡାମଙ୍କ ନିରବତାକୁ ନେଇ ରାଜ୍ୟ ରାଜନୀତିରେ ଉଠିଲାଣି ବଡ ପ୍ରଶ୍ନ । ନବୀନ ସରକାରଙ୍କୁ ଘେରୁଥିବା ଅପରାଜିତା ଏବେ ଏତେ ଚୁପ କେମିତି । ସୋସିଆଲ ମିଡିଆଠାରୁ ଯେ ଶଙ୍ଖଭବନ ପର୍ଯ୍ୟନ୍ତ ଗୋଟିଏ ଚର୍ଚ୍ଚା ଅପରାଜିତାଙ୍କ ନିରବତା । ପରିବର୍ତ୍ତନର ନାରା ଦେଉଥିଲେ ଏବଂ ତାହା ହେଲା । ହେଲେ ବି କାହିଁକି ଖୁସି ନାହାନ୍ତି ସାଂସଦ ମ୍ୟାଡାମ । ଗତ କିଛିଦିନ ତଳେ ବିନା କାରଣ ଦର୍ଶାଇ ଅପରାଜିତାଙ୍କ ସମର୍ଥକଙ୍କୁ ବିଜେପିରୁ ନିଲମ୍ୱନ କରାଗଲା । ତାପରେ ମଧ୍ୟ ଚୁପ ବସିଛନ୍ତି ମ୍ୟାଡାମ ଅପରାଜିତା । ଗଣମାଧ୍ୟମରେ ଅପରାଜିତାଙ୍କ ନିରବତାକୁ ନେଇ ନାନା କଥା ଚର୍ଚ୍ଚା ହେଉଛି । କିଏ କହୁଛି ବିଜେଡିରେ ମିଶିବେ ତ ଅନ୍ୟ କିଏ କହୁଛି ବାହୁବଳୀ ନେତା ପ୍ରଶାନ୍ତ ଜଗଦ୍ଦେବଙ୍କ ସହିତ ମିଶି ବିଜେପିକୁ ବୁଦ୍ଧି ଶିଖେଇବେ ଅପରାଜିତା । ସେଇଥିପାଇଁ ନିରବ ରହିଛନ୍ତି ବୋଲି କୁହାଯାଉଛି । ନିଜର କିଛି ଖାସ ବ୍ୟକ୍ତିଙ୍କ ସହ ବୁଲି ନିଜର ସଙ୍ଗଠନକୁ ମଜଭୁତ କରୁଛନ୍ତି କିନ୍ତୁ ଦଳୀୟ କାର୍ଯ୍ୟକ୍ରମରେ ଖୁବ ନଜର ଆସୁଛନ୍ତି । ଦଳର ସମସ୍ତ ନେତା ଗୋଟିଏ ପଟେ ଥିବାବେଳେ ସାଂସଦ ମ୍ୟାଡାମଙ୍କ ଗତି କିନ୍ତୁ ଆଉଗୋଟିଏ ପଟକୁ । କୁହାଯାଉଛି କି ସେ ମୁଖ୍ୟମନ୍ତ୍ରୀ ହେବା ପାଇଁ ଇଚ୍ଛା ରଖିଥିଲେ ତାହା ନ ହେଲା ନାହିଁ ରାଜ୍ୟସଭାପତି ପଦରେ ବସିବା ପାଇଁ ମଧ୍ୟ ଚାହୁଁଥିଲେ କିନ୍ତୁ କିଛି ନ ମିଳିବାରୁ ଦଳ ଉପରେ ଖପ୍ପା ଅପରାଜିତା । ଏହିଭଳି ନାନା ଆଲୋଚନା ଭିତରେ ଅପରାଜିତାଙ୍କ ରାଜନୈତିକ କ୍ୟାରିୟରକୁ ନେଇ ଅନେକ ପ୍ରଶ୍ନବାଚୀ ମଧ୍ୟ ସୃଷ୍ଟି ହେଉଛି । କାହିଁକିନା ବିଜେଡି ସରକାରରେ ଥିବା ବେଳେ ଦୁର୍ନିତୀର ପେଡି ଖୋଲୁଥିବା ବିଜେପିର ଫାୟାର ବ୍ରାଣ୍ଡ ନେତ୍ରୀ ନିଜେ ଶାସକ ଦଳକୁ ଆସିବା ପରେ ଏତେ ନିରବ କାହିଁକି ? ଆଉ ଅପରାଜିତାଙ୍କ ଏହି ନିରବତା ରାଜ୍ୟ ରାଜନୀତିରେ ଏବଂ ବିଜେପିରେ ଆଗକୁ କେଉଁ ବିସ୍ପୋରୋଣ କରୁଛି କେବଳ ତାହାର ଅପେକ୍ଷା ।

author

Related Articles

Leave a Reply

Your email address will not be published. Required fields are marked *