ବାୟୁ ପ୍ରଦୂଷଣରେ ସାଙ୍ଘାତିକ ଅବସ୍ଥାରେ ଓଡ଼ିଶାର ୬ ସହର

ବାୟୁ ପ୍ରଦୂଷଣରେ ସାଙ୍ଘାତିକ ଅବସ୍ଥାରେ ଓଡ଼ିଶାର ୬ ସହର

ଦିଲ୍ଲୀ ଭଳି ରାଜଧାନୀ ଓଡ଼ିଶାରେ ମଧ୍ୟ ଅସହ୍ୟ ହେଲାଣି ବାୟୁ ପ୍ରଦୂଷଣ। ଗତକାଲି ରାଜଧାନୀ ଭୁବନେଶ୍ୱରରେ ଏୟାର କ୍ୱାଲିଟି ଇଣ୍ଡେକ୍ସ ଥିଲା ୩୩୪। ଖାଲି ଭୁବନେଶ୍ୱର କାହିଁକି ରାଜ୍ୟର ବିଭିନ୍ନ ସହରରେ ମଧ୍ୟ ବାୟୁ ପ୍ରଦୂଷଣ ବଢ଼ିବାରେ ଲାଗିଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ରିପୋର୍ଟ ଅନୁଯାୟୀ ଅତି ସାଙ୍ଘାତିକ ସ୍ଥିତିରେ ଦେଶର ୧୬ଟି ସହର ଥିବା ବେଳେ, ଏଥିରେ ଓଡ଼ିଶାର ୬ ସହର ରହିଛି। ଗତକାଲି ଅନୁଗୁଳରେ ବାୟୁ ପ୍ରଦୂଷଣ ମାତ୍ରା ସର୍ବାଧିକ ୩୫୨ ରହିଥିଲା, ଯାହାକି ଦିଲ୍ଲୀର ୩୪୫ ତୁଳନାରେ ଅଧିକ। ସେହିପରି କଟକରେ ବାୟୁ ପ୍ରଦୂଷଣ ମାତ୍ରା ୩୪୦ ଥିଲା ବେଳେ ବାଲେଶ୍ୱରରେ ୩୩୪, କେନ୍ଦୁଝରରେ ୩୨୬, ତାଳଚେରରେ ୩୦୪ ରହିଛି।

author

Related Articles

Leave a Reply

Your email address will not be published. Required fields are marked *