ବିକେ ସିଂ କହିଲେ ଭାରତରେ ମିଶିବ ପିଓକେ

ବିକେ ସିଂ କହିଲେ ଭାରତରେ ମିଶିବ ପିଓକେ


ପିଓକେକୁ ନେଇ କେନ୍ଦ୍ରମନ୍ତ୍ରୀ ବିକେ ସିଂହଙ୍କ ବଡ ବୟାନ । ରାଜସ୍ଥାନରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ବିରୋଧି ଦଳ କଂଗ୍ରେସକୁ ଟାର୍ଗେଟ କରି କହିଛନ୍ତି ଯେ, ପାକିସ୍ତାନ ଅଧିକୃତ କାଶ୍ମୀର (ପିଓକେ) ଭାରତରେ ମିଶିବ । ସେହି ଦିନ ପାଖେଇ ଆସୁଛି ବ୍ୟସ୍ତ ହୁଅନ୍ତି । ଏଥିପାଇଁ ଭାରତୀୟ ସରକାର କିମ୍ବା ଭାରତୀୟ ସେନାକୁ କିଛି କରିବାକୁ ପଡିବ ନାହିଁ । ଏହାକୁ ନେଇ ପାକିସ୍ତାନ ସରକାର ମଧ୍ୟ କିଛି କରିବେ ନାହିଁ । ୧୯୪୭ ଦେଶ ସ୍ୱାଧିନ ସମୟରେ କାଶ୍ମୀରର କିଛି ଅଂଶକୁ ଅକ୍ତିଆର କରିଥିଲା ପାକିସ୍ତାନ । ପିଓକେକୁ ପାକିସ୍ତାନ ନିଜ ଅଂଚଳ ବୋଲି ଦାବି କରୁଥିଲା । କିନ୍ତୁ ଏହି ଅଂଚଳଟି ଭାରତର । ଏଠାରେ ଆତଙ୍କବାଦୀ ମାନଙ୍କୁ ଟ୍ରେନିଂ ଦେଉଛି ପାକିସ୍ତାନ । ଏହି ବିବାଦୀୟ ଅଂଚଳର ମାମଲା ଏବେ ଜାତିସଂଘରେ ଅଟକି ରହିଛି । ତେବେ କେନ୍ଦ୍ରମନ୍ତ୍ରୀଙ୍କ ବୟାନରେ ରାଜନୀତି ତ୍ରୀବ ଧରୁଛି ।

author

Related Articles

Leave a Reply

Your email address will not be published. Required fields are marked *