ବିଚ୍ଛେଦ ପରେ ବି ସାଙ୍ଗ ହେବାକୁ ଚାହୁଁଛନ୍ତି ଅନୁଭବ

ବିଚ୍ଛେଦ ପରେ ବି ସାଙ୍ଗ ହେବାକୁ ଚାହୁଁଛନ୍ତି ଅନୁଭବ

ଅନୁଭବ ଓ ବର୍ଷାଙ୍କ ପାରିବାରିକ କହଳକୁ ନେଇ ବିବାଦ ଲାଗିରହିଛି । ଏହି ବିବାଦ ଭିତରେ ସୋସିଆଲ ମିଡିଆରେ ଘୂରି ବୁଲୁଛି ଅନୁଭବଙ୍କ ଭାବପ୍ରବଣ ପୋଷ୍ଟ ଫ୍ୟାନ୍ସ ମାନଙ୍କୁ ଚକିତ କରିଦେଇଛି । ବର୍ଷା ପ୍ରିୟଦର୍ଶିନୀଙ୍କୁ ଟ୍ୟାଗ୍ କରି ଲେଖିଛନ୍ତି, ସେ ତାଙ୍କୁ ହୃଦୟରୁ ବହୁତ ଭଲ ପାଆନ୍ତି । ଯେକୌଣସି କାରଣରୁ ବିବାହ ବିଫଳ ହୋଇଥିଲେ ବି, ବିବାହ ବିଚ୍ଛେଦ ପରେ ବନ୍ଧୁ ହୋଇ ରହିପାରିବେ ନାହିଁ କି ବୋଲି ପ୍ରଶ୍ନ କରିଛନ୍ତି । ଏହି ବିଚ୍ଛେଦ ଏତେ ତିକ୍ତତା ହେଉ ବୋଲି ସେ କେବେ ଚାହିଁ ନାହାନ୍ତି ବୋଲି ଲେଖିଛନ୍ତି । ବିଚ୍ଛେଦ ତ ନିଶ୍ଚିତ ହେବ, ହେଲେ କାହିଁକି ସମ୍ମାନର ସହ ହେବ ବୋଲି ସେ ପୋଷ୍ଟ କରିଛନ୍ତି ।
କିଛି ଦିନ ତଳେ ଅନୁଭବ ଓ ବର୍ଷାଙ୍କ ବିବାହ ବିଚ୍ଛେଦ ମାମଲାକୁ ଅଗ୍ରାହ୍ୟ କରି ଦେଇଥିଲେ ପରିବାର ଅଦାଲତ । ୨୦୨୦ରେ ଦିଲ୍ଲୀ ପଟିୟାଲା କୋର୍ଟରେ ଛାଡ଼ପତ୍ର ମାମଲା କରିଥିଲେ ସାଂସଦ । ମାମଲା କଟକ ସ୍ଥାନାନ୍ତର କରିବା ପାଇଁ ସୁପ୍ରିମକୋର୍ଟରେ ବର୍ଷା ଆବେଦନ କରିବା ପରେ ହାଇକୋର୍ଟରେ ବିଚାର ଆରମ୍ଭ ହୋଇଥିଲା । ପରେ କଟକ ଫ୍ୟାମିଲି କୋର୍ଟକୁ ମାମଲା ହସ୍ତାନ୍ତର କରଥିଲେ ପଟିୟାଲା କୋର୍ଟ ।

author

Related Articles

Leave a Reply

Your email address will not be published. Required fields are marked *