ବିଜେଡିକୁ ଅଡୁଆ ବିଶ୍ୱାଳ ପରିବାର !

ବିଜେଡିକୁ ଅଡୁଆ ବିଶ୍ୱାଳ ପରିବାର !

ଦିନକୁ ଦିନ ବଦଳୁଛି ବିଜେଡିର ରୂପରେଖ । କେତେବେଳେ ଦଳୀୟ ନେତା ଏକାଠି ଥିବା ନଜର ଆସୁଛନ୍ତି ତ ଆଉ କେତେବେଳେ ଦଳରେ ଏବେ ବି ଫାଟ ଥିବା ଜଳଜଳ ଦିଶୁଛି । ଦଳୀୟ ନେତାମାନେ ହିଁ ନିଜ ଦଳର କର୍ମୀମାନଙ୍କ ବିରୋଧରେ ଗଣମାଧ୍ୟମ ସାମ୍ନାରେ କହୁଛନ୍ତି । ପ୍ରଥମେ ବିଏମସିରେ ବିଜେଡି କର୍ପୋରେଟରଙ୍କ କଳି ହଇଚଇ ସୃଷ୍ଟି କରିଥିଲା । କିନ୍ତୁ ବିଏମସିର ଅନ୍ୟ ବିଜେଡି କର୍ପୋରେଟର ମାନେ ଏକାଠି ହୋଇ ପ୍ରେସମିଟ ଜରିଆରେ ସବୁ ଠିକଠାକ ଚାଲିଛି ବୋଲି ଗଣମାଧ୍ୟମ ସାମ୍ନାକୁ ଆସି କହିଥିଲେ । ଏପରିକି ଏହି ଘଟଣାକୁ ଆଧାର କରି କିଛି ବିଜେଡି କର୍ପୋରେଟର ବିଜେପି ଆଡକୁ ଢଳୁଥିବା ମଧ୍ୟ ଆଲୋଚନା ଚାଲିଥିଲା । ଆଉ ଏବେ ଆଉ ଦୁଇ ବିଜେଡି ନେତା ବିଜେଡିକୁ ବାଏ ବାଏ କରିବାର ଇସାରା ଦେଉଥିବା ରାଜନୈତିକ ମହଲରେ ଚର୍ଚ୍ଚା ଚାଲିଛି । ଦଳର ଭେଟେରାନ ନେତା ପ୍ରଭାତ ବିଶ୍ୱାଳ ବିଜେଡିର ଆଗଧାଡିର ନେତା ବବି ଦାସ ଏବଂ ଭିକେ ପାଣ୍ଡିଆନଙ୍କ ବିପକ୍ଷରେ ସ୍ୱର ଉତ୍ତୋଳନ କରିବା ଘଟଣାରୁ ଏହାକୁ ଆଶଙ୍କା କରାଯାଉଛି । କାରଣ ପ୍ରଭାତ କିଛି ଦିନ ତଳେ ଆକ୍ଟିଭ ମୋଡକୁ ଆସିବା ସହ ବିଜେଡିର ଗୁମର ଖୋଲିଥିଲେ । ଏବଂ ବବି ପାଣ୍ଡିଆନଙ୍କୁ ଦଳର ପରଜାୟର କାରଣ ଦର୍ଶାଇଥିଲେ । ଏହାକୁ ନେଇ ସେ ବିଜେଡିରେ ଅସନ୍ତୁଷ୍ଟ ଥିବା ସହ ଦଳ ଛାଡିପାରନ୍ତି ବୋଲି ଆଶଙ୍କା ସୃଷ୍ଟି ହୋଇଛି । ଅନ୍ୟପଟେ ବାପାଙ୍କର ଏପରି ବ୍ୟବହାରରେ ପୁଅ ତଥା କଟକ ଚୌଦାର ବିଧାୟକ ସୌଭିକ ବିଶ୍ୱାଳ ମଧ୍ୟ ଚୁପ ଅଛନ୍ତି । ପୂର୍ବ ନିର୍ବାଚନ ଭଳି ସୌଭିକ ଚଳିତ ନିର୍ବାଚନରେ ମଧ୍ୟ କଟକ ଚୌଦାରରୁ ବିଜେଡି ଟିକେଟରେ ପ୍ରତିଦ୍ୱନ୍ଦିତା କରିବା ସହ ବିଜୟ ହୋଇଥିଲେ । କିନ୍ତୁ ଏବେ ବାପା ପ୍ରଭାତ ଦଳୀୟ ନେତାଙ୍କୁ ଦୋଷ ଦେଉଥିବା ବେଳେ ପୁଅ ସୌଭିକ ବିଶ୍ୱାଳ ପୂରା ସାଇଲେଣ୍ଟ ରହିଛନ୍ତି । ଯାହାକୁ ଆକଳନ କଲେ ଜଣାପଡୁଛି ଯେ, ଉଭୟଙ୍କୁ ନେଇ ଯେଉଁ ଚର୍ଚ୍ଚା ହେଉଛି ତାହା ସତରେ ପରିଣତ ହେବାକୁ ବେଶି ସମୟ ଲାଗିବନି । ତେବେ ଦେଖାଯାଉ ବିଜେଡିରେ ଆଗକୁ କଣ ହେଉଛି ଏବଂ ବିଜେଡି ସଭାପତି ନବୀନ ପଟ୍ଟନାୟକ ଏ ଦିଗରେ କେଉଁ ନିଷ୍ପତ୍ତି ନେଉଛି ତାହା ଦେଖିବାର କଥା ।

author

Related Articles

Leave a Reply

Your email address will not be published. Required fields are marked *