ବିଜେଡିକୁ ଆଉ ଯିବେନି କୁସୁମ ଟେଟେ

ବିଜେଡିକୁ ଆଉ ଯିବେନି କୁସୁମ ଟେଟେ


ବିଜେପି ବିଧାୟିକା କୁସୁମ ଟେଟେଙ୍କୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇଥିଲା । କୁସୁମ ପୁଣି ବିଜେଡିରେ ସାମିଲ ହେବାକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ଏହାକୁ ଖଣ୍ଡନ କରି କୁସୁମ କହିଛନ୍ତି ସେ ବିଜେଡି ଯିବେ ନାହିଁ । ପୂର୍ବ ନିର୍ବାଚନରେ ବିଜେଡି ଦଳକୁ କାନ୍ଦିକାନ୍ଦି ଟିକେଟ ମାଗିଥିଲେ ସୁଦ୍ଧା ବିଜେଡି ତାଙ୍କୁ ଟିକେଟ ଦେଇନଥିଲା । ବିଜେପିି ତାଙ୍କୁ ପରିଚୟ ଦେଇଛି ଯାହାକୁ ସେ କେବେ ଧୋକା ଦେବେନି ବୋଲି କହିଥିଲେ । ତେବେ କୁସୁମ ଟେଟେ ୨୦୧୪ରେ ବିଜେଡିରୁ ବିଧାୟିକା ଭାବରେ ଲଢି କଂଗ୍ରେସ ପ୍ରାର୍ଥୀ ଯୋଗେଶ ସିଂଙ୍କ ଠାରୁ ନିର୍ବାଚନରେ ହାରିଯାଇଥିଲେ । ୨୦୧୪ରୁ ୨୦୧୯୫ ବର୍ଷ ବିଜେଡି ସହ ଥିଲେ ବି କଂଗ୍ରେସ ଛାଡି ବିଜେଡିରେ ଯୋଗଦେଇଥିବା ଯୋଗେଶ ସିଂହକୁ ବିଜେଡି ଟିକେଟ ଦେଇଥିଲା । ଏହା ପରେ ସେ ବିଜେପିରେ ସାମିଲ ହୋଇ ବିଧାୟକ ନିର୍ବାଚିତ ହୋଇଛନ୍ତି ।

author

Related Articles

Leave a Reply

Your email address will not be published. Required fields are marked *