ବିଜେଡିକୁ ଧୋକା ଦେବେ କଂଗ୍ରେସକୁ ରିଟର୍ଣ୍ଣ କରିବେ ଏହି ଦୁଇ ନେତା…

ବିଜେଡିକୁ ଧୋକା ଦେବେ କଂଗ୍ରେସକୁ ରିଟର୍ଣ୍ଣ କରିବେ ଏହି ଦୁଇ ନେତା…

ଜଗତସିଂହପୁର ରାଜନୀତିର ଦୁଇଟି ଜଣାଶୁଣା ଚେହେରା ହେଉଛନ୍ତି ଚିରଞ୍ଜୀବି ବିଶ୍ୱାଳ ଓ ବାପି ସର୍ଖେଲ । ଏହି ଦୁଇ ନେତା ଦୀର୍ଘ ବର୍ଷ ଧରି କଂଗ୍ରେସରେ ରହିଥିଲେ । କିନ୍ତୁ 24 ସାଧାରଣ ନିର୍ବାଚନ ପୂର୍ବରୁ ଉଭୟ କଂଗ୍ରେସ ଛାଡି ବିଜେଡିରେ ସାମିଲ ହୋଇଥିଲେ । କଂଗ୍ରେସ ପୂର୍ବତନ ବିଧାୟକ ଚିରଞ୍ଜିବ ବିଶ୍ୱାଳଙ୍କୁ ନିଲମ୍ୱନ କରିଥିଲେ ସୁଦ୍ଧା ତାଙ୍କ ଉପରୁ ନିଲମ୍ୱନ ପ୍ରତ୍ୟାହାର କରିନେଇଥିଲେ ଏବଂ ତା ସତ୍ତ୍ୱେ ଚିରଞ୍ଜୀବି ବିଜେଡିରେ ସାମିଲ ହୋଇଥିଲେ । ଅନ୍ୟପଟେ ଯଦି ବାପି ସର୍ଖେଲଙ୍କ କଥା ଦେଖିବା ସେ ବିଧିବଦ୍ଧ ଭାବେ ବିଜେଡିରେ ସାମିଲ ନ ହୋଇଥିଲେ ମଧ୍ୟ ତାଙ୍କ ପତ୍ନୀ ମୋନିଦୀପା ସର୍ଖେଲ ବିଜେଡିରେ ସାମିଲ ହୋଇଥିଲେ ଏବଂ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଦଳର ଏକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱରେ ରହିଛନ୍ତି । ବାପି ସର୍ଖେଲ ଓ ଚିରଞ୍ଜୀବି ବିଶ୍ୱାଳ ବିଜେଡିରେ ସାମିଲ ହେବା ପରେ ତାଙ୍କୁ ନିର୍ବାଚନ ଲଢିବାର ସୁଯୋଗ ମିଳିନଥିଲା କିନ୍ତୁ କଂଗ୍ରେସ ଟିକେଟରେ ପୂର୍ବରୁ ଦୁହେଁ ନିର୍ବାଚନ ଲଢି ଆସୁଥିଲେ । ତେବେ ଏହା ତ ଥିଲା ଉଭୟ ନେତାଙ୍କ ନିର୍ବାଚନ ପୂର୍ବର ଗତିବିଧି । ନିର୍ବାଚନ ପରର କଥା ଯଦି ଆମେ ଦେଖିବା ବିଜେଡିର ଶୋଚନୀୟ ପରାଜୟ ପରେ ଦଳ ଡିଆଁ ନେତାଙ୍କୁ ଚିନ୍ତା ଘାରିଛି । ବିଜେଡିରେ ସାମିଲ ହୋଇ କିଛି ନେତା ଭୁଲ କରିଛନ୍ତି ବୋଲି ଭିତରେ ଭିତରେ ପସ୍ତାଉଥିବା ବେଳେ ଚିରଞ୍ଜୀବି ବିଶ୍ୱାଳ ଓ ବାପି ସର୍ଖେଲଙ୍କ ଘର ବାହୁଡା ହୋଇପାରେ ବୋଲି କୁହାଯାଉଛି । କାହିଁକିନା ଜଗତସିଂହପୁର ରାଜନୀତିରେ କଂଗ୍ରେସର ଫେସ କହିଲେ ଏହି ଦୁଇ ନେତାଙ୍କ ନାମ ସାମ୍ନାକୁ ଆସୁଥିଲା । ବିଗତ ଦିନରେ କଂଗ୍ରେସର ଦୁଇ ଟାଣୁଆ ନେତା ଥିଲେ ବାପି ଓ ଚିରଞ୍ଜିବି । କିନ୍ତୁ ଚଳିତ ଥର ଦୁହିଁଙ୍କୁ ନିର୍ବାଚନ ଲଢିବାର ସୁଯୋଗ ମିଳିନଥିଲା । ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ପାଇଁ ଦୁହେଁ ଆଜି କଂଗ୍ରେସ ଛାଡି ବିଜେଡି ଯାଇଛନ୍ତି ବୋଲି ଅନେକ ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି । ସେହିଭଳି ମଧ୍ୟ କୁହାଯାଉଛି କି କଂଗ୍ରେସର ପିସିସି ସଭାପତି ପରିବର୍ତ୍ତନ ହେବା ପରେ ଏହି ଦୁହେଁ ପୁଣିଥରେ କଂଗ୍ରେସକୁ ରିଟର୍ଣ୍ଣ କରିପାରନ୍ତି ।

author

Related Articles

Leave a Reply

Your email address will not be published. Required fields are marked *