ବିଜେଡିକୁ ଫେରିଲେ ଜ୍ୟୋତିପ୍ରକାଶ ପାଣିଗ୍ରାହୀ

ବିଜେଡିକୁ ଫେରିଲେ ଜ୍ୟୋତିପ୍ରକାଶ ପାଣିଗ୍ରାହୀ

ବିଜେଡିକୁ ଫେରିଲେ ସିମୁଳିଆ ବିଧାୟକ ଜ୍ୟୋତିପ୍ରକାଶ ପାଣିଗ୍ରାହୀ । ଦଳରୁ ଇସ୍ତଫା ଦେବାର ୨୪ ଘଣ୍ଟା ଭିତରେ ସେ ପୁଣି ଥରେ ଦଳକୁ ଫେରିଆସିଥିବା ସୂଚନା ମିଳିଛି । ବିଜେଡି ତାଙ୍କୁ ବୁଝାଇ ଏକ ନୂଆ ଦାୟିତ୍ୱ ଦେଇଥିବା ଜଣାପଡିଛି । ବାଲେଶ୍ୱର ଜିଲ୍ଲାର ସଭାପତି ଭାବେ ଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦେଇଛନ୍ତି ନବୀନ ପଟ୍ଟନାୟକ । ବିଜେଡିରୁ ଇସ୍ତଫା ଦେବା ପରେ ଜ୍ୟୋତିଙ୍କୁ ନବୀନ ନିବାସରୁ ଡକରା ଆସିଥିଲା । ନବୀନ ନିବାସରେ ଦଳ ପକ୍ଷରୁ ତାଙ୍କୁ ବୁଝାଯିବା ପରେ ନୂଆ ଦାୟିତ୍ୱ ଦିଆଯାଇଛି । ନୂଆ ଦାୟିତ୍ୱ ପାଇବାକୁ ନେଇ ଜ୍ୟୋତି କହିଛନ୍ତି, ମନ କଷ୍ଟ ହୋଇଥିଲା । କିନ୍ତୁ ୫୦ ବର୍ଷ ସମ୍ପର୍କ ଛାଡି ଯିବା ବେଳକୁ ଆଖିରୁ ଲୁହ ଝରିପଡିଲା । ଦଳ ପ୍ରତି ପୂର୍ବରୁ ଆନୁଗତ୍ୟ ଥିଲା ଏବେ ମଧ୍ୟ ରହିଛି । ନୂଆ ଦାୟିତ୍ୱ ପାଇଛି, ବାଲେଶ୍ୱରରେ ଦଳ କିଭଳି ସଙ୍ଗଠିତ ହେବ ଏବଂ ବିଜେଡି ପ୍ରାର୍ଥୀ କିଭଳି ଅଧିକରୁ ଅଧିକ ଭୋଟ ପାଇବେ ସେନେଇ ଲୋକଙ୍କ ପାଖକୁ ଯିବି ବୋଲି କହିଛନ୍ତି ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ।

author

Related Articles

Leave a Reply

Your email address will not be published. Required fields are marked *