ବିଜେଡିକୁ ବାଏ ବାଏ କଲେ ଆଉ ଜଣେ ନେତା

ବିଜେଡିକୁ ବାଏ ବାଏ କଲେ ଆଉ ଜଣେ ନେତା

ନିର୍ବାଚନକୁ ଆଉ ଦିନ କେଇଟା ବାକି ଥିବା ବେଳେ ଏବେ ବି ଦଳ ଛାଡୁଛନ୍ତି ନେତା । ଆଜି ଆଉ ଜଣେ ବିଜେଡି ନେତ୍ରୀ ଦଳକୁ ଅଲବିଦା କହିଛନ୍ତି । ସମ୍ବଲପୁରର ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀ ଆଜି ଦଳରୁ ଇସ୍ତଫା ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ରାସେଶ୍ୱରୀ ନିଜର ଇସ୍ତଫାପତ୍ର ପଠାଇବା ସହ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ତେବେ ବିଜେଡି ଛାଡିବା ପଛର କୌଣସି ନିର୍ଦ୍ଦିଷ୍ଟ କାରଣ ସେ ଇସ୍ତଫାପତ୍ରରେ ଉଲ୍ଲେଖ କରିନାହାନ୍ତି । ତେବେ ସେ ଏଥର ସମ୍ବଲପୁରର ବିଧାୟକ ପାଇଁ ଟିକେଟ ଆଶାୟୀ ଥିଲେ । କିନ୍ତୁ ଦଳ ପ୍ରଥମେ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ଏଠାରେ ପ୍ରାର୍ଥୀ ଘୋଷଣା କରିଥିବା ବେଳେ ପରେ ରୋହିତ୍ ପୂଜାରୀଙ୍କୁ ଟିକେଟ୍ ଦେଇଥିଲା । ଯାହାକୁ ନେଇ ରାସେଶ୍ୱରୀଙ୍କ ସମର୍ଥକ ଅସନ୍ତୁଷ୍ଟ ଥିଲେ । ଏପରିକି ରାସେଶ୍ୱରୀଙ୍କୁ ଟିକେଟ ଦେବା ନେଇ ଦଳୀୟ ସୁପ୍ରିମୋ ପୁନଃବିଚାର କରିବା ଆବଶ୍ୟକ ବୋଲି କହିଥିଲେ । କିନ୍ତୁ ପ୍ରାର୍ଥୀ ପରିବର୍ତ୍ତନ ନେଇ କୌଣସି ସଂକେତ ନ ମିଳିବାରୁ ରାସେଶ୍ୱରୀ ବିଜେଡି ଛାଡିଥିବା ଚର୍ଚ୍ଚା ହେଉଛି ।

author

Related Articles

Leave a Reply

Your email address will not be published. Required fields are marked *