ବିଜେଡିକୁ ହ୍ୟାଟ୍ରିକ୍ ଝଟକା

ବିଜେଡିକୁ ହ୍ୟାଟ୍ରିକ୍ ଝଟକା

ବିଜେଡିକୁ ଏକାଦିନେ ଅଲବିଦା କହିଲେ ୩ ୩ ଜଣ ହେଭିୱେଟ ନେତା । କିଛି କିଛି ମିନିଟର ବ୍ୟବଧାନରେ ବିଜେଡି ଛାଡିଛନ୍ତି ପ୍ରିୟଦର୍ଶୀ ମିଶ୍ର, ଆକାଶ ଦାସ ନାୟକ ଏବଂ ଅନୁଭବ ମହାନ୍ତି । ଏମାନଙ୍କ ଇସ୍ତଫା ପରେ ବିଜେଡିକୁ ଶକ୍ତ ଝଟକା ଲାଗିଛି । କାରଣ ଗୋଟିଏ ଦିନରେ ୩ ୩ ଜଣ ନେତା ଦଳ ଛାଡିବା ଏବେ ବିଜେଡିକୁ ସଙ୍କଟରେ ପକାଇଦେଇଥିବା ଚର୍ଚ୍ଚା ହେଉଛି । କାରଣ ମୁଣ୍ଡ ଉପରେ ନିର୍ବାଚନ ଥିବା ବେଳେ ପ୍ରସ୍‌ୁତି ମଧ୍ୟ ଜୋରସୋରରେ ଚାଲିଛି । ଆଉ ଏହାରି ମଧ୍ୟରେ ଜଣଙ୍କ ପରେ ଜଣେ ସିନେ ଷ୍ଟାର ଦଳ ଛାଡିବା ବିଜେଡି ସହଜରେ ଗ୍ରହଣ କରିପାରୁନାହିଁ । ପ୍ରଥମେ ଅରିନ୍ଦମ ରୟ, ପରେ ସିଦ୍ଧାନ୍ତ ମହାପାତ୍ର , ଆକାଶ ଦାସ ନାୟକ ଆଉ ଏବେ ଅନୁଭବ ମହାନ୍ତିଙ୍କ ଇସ୍ତଫା ପରେ ଏବେ ବିଜେଡରେି କେହି ବି ଆଗ ଧାଡିର ସିନେଷ୍ଟାର ନଥିବା ଚର୍ଚ୍ଚା ଜୋର ଧରିଲାଣି । ଏବେ ଏମାନଙ୍କ ଇସ୍ତଫା ବିଜେଡିକୁ ନିର୍ବାଚନରେ ବହୁତ ଭାରି ପଡିପାରେ ବୋଲି ଆଲୋଚନା ସରଗରମ ହେଲାଣି ।

author

Related Articles

Leave a Reply

Your email address will not be published. Required fields are marked *