ବିଜେଡିରେ କେଉଁଠି ଅଛନ୍ତି ଇରାନୀ ରାୟ ?

ବିଜେଡିରେ କେଉଁଠି ଅଛନ୍ତି ଇରାନୀ ରାୟ ?

ବିଜେଡିରେ କେଉଁଠି ଅଛନ୍ତି ଇରାନୀ ରାୟ । ଦଳରେ କେଉଁ ଦାୟିତ୍ୱ ତୁଲାଉଛନ୍ତି ଇରାନୀ । ଏଭଳି କିଛି ପ୍ରଶ୍ନ ଏବେ ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି । ନିର୍ବାଚନ ପୂର୍ବରୁ ଇରାନୀ ବିଜେପିରେ କୋଣଠେସା ହେଉଥିବା ଅଭିଯୋଗ ଆଣି ବିଜେଡିରେ ସାମିଲ ହୋଇଥିଲେ । କିନ୍ତୁ ନିର୍ବାଚନରେ ଦଳ ତାଙ୍କୁ ଟିକେଟ ଦେଇନଥିଲା । ବିଜେପିର ନୟାଗଡ ଚେହେରା ଭାବେ ପରିଚିତ ଇରାନୀ ରାୟ ବିଜେଡିରେ କେବଳ ଜଣେ ସାଧାରଣ କର୍ମୀ ଭାବେ କାମ କରିଥିଲେ । ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିବା ବଦଳରେ ସେ କେବଳ ମିଶ୍ରଣ ପର୍ବ କରି ଲୋକଙ୍କୁ ବିଜେଡିରେ ସାମିଲ କରାଉଥିବାର ଦୃଶ୍ୟ ସାମ୍ନାକୁ ଆସିଥିଲା । ଆଉ ଏବେ ନିର୍ବାଚନ ସରିବା ପରେ ବି ତାଙ୍କର ଦେଖାଦର୍ଶନ ମିଳୁନି । ନା କୌଣସି ଦଳୀୟ କାର୍ଯ୍ୟକ୍ରମରେ ସେ ନଜର ଆସୁଛନ୍ତି ନା ଅନ୍ୟ କେଉଁଠି ତାଙ୍କ ଛାଇ ଦେଖିବାକୁ ମିଳୁଛି । ଯାହାକୁ ନେଇ ଏବେ ବିଜେଡିର ଇରାନୀଙ୍କୁ ଭୂମିକା କଣ ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଅନ୍ୟପଟେ ଚଳିତ ନିର୍ବାଚନରେ ପରାଜୟ ବରଣ କରିବା ପରେ ଦଳର ଆଭିମୁଖ୍ୟ ବଦଳିଛି । ଏକ ନୂଆ ରୂପରେ ବିଜେଡି ସାମ୍ନାକୁ ଆସୁଥିବା ବେଳେ ଦଳର ଭେଟେରାନ ନେତାଙ୍କୁ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ପ୍ରାଧାନ୍ୟ ଦେଉଛନ୍ତି । ତେଣୁ ଏ ଦୃଷ୍ଟିରୁ ଇରାନୀ ରାୟଙ୍କ ରାଜନୀତିରେ ୧୦ ବର୍ଷରୁ ଉର୍ଦ୍ଧ୍ୱ ଅଭିଜ୍ଞତା ରହିଛି । ଯାହାକୁ ଆକଳନ କଲେ ଜଣାପଡୁଛି ଯେ ଅନ୍ୟ ବରିଷ୍ଠ ନେତାଙ୍କ ପରି ଇରାନୀ ମଧ୍ୟ ଫ୍ରଣ୍ଟ ଫୁଟରେ ରହିବାର ଯୋଗ୍ୟତା ରହିଛି । ହେଲେ ଏଯାଏଁ ସେ ସାମ୍ନାକୁ ଆସିନାହାନ୍ତି । ସେ ନିଜ ଗଡ ନୟାଗଡରେ ହିଁ ସୀମିତ ରହିଛନ୍ତି । ତେବେ ଆଗକୁ ଦେଖାଯାଉ ବିଜେଡିରେ ଇରାନୀଙ୍କ ଗୁରୁତ୍ୱ କେତେ ରହୁଛି ଏବଂ କେଉଁ ଭୂମିକାରେ ସେ ନଜର ଆସୁଛନ୍ତି ତାହା ଦେଖିବାକୁ ବାକି ରହିଲା ।

author

Related Articles

Leave a Reply

Your email address will not be published. Required fields are marked *