ବିଜେଡିରେ ବଡ ହଲଚଲ…ନବୀନ ନେଲେ ବଡ ନିଷ୍ପତ୍ତି

ବିଜେଡିରେ ବଡ ହଲଚଲ…ନବୀନ ନେଲେ ବଡ ନିଷ୍ପତ୍ତି

ବିଜେଡିରେ ହେଲା ବଡ ହଲଚଲ । ପୁଣି ଦଳ ପାଇଁ ବଡ ନିଷ୍ପତ୍ତି ନେଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ହଁ ଆଜ୍ଞା, ଗତ କିଛି ଦିନ ଧରି ବିଜେଡି ଶିବିରରେ ମାନସ ମନ୍ଥନ ଚାଲିଥିବା ଖବର ସାମ୍ନାକୁ ଆସୁଛି । କେତେବେଳେ ଦଳର ସଭାପତିଙ୍କ ଉପସ୍ଥିତିରେ ଦଳୀୟ ନେତା ମୁହାଁ ମୁହିଁ ହେଉଛନ୍ତି ତ ଆଉ କେତେବେଳେ ଦଳର ନେତା ଅନ୍ୟ ଦଳକୁ ଯିବା ପାଇଁ ରେଡୀ ହେଉଥିବା ଖବର ସାମ୍ନାକୁ ଆସୁଛି । ଏପରିକି ଦଳ ନିର୍ବାଚନରେ କାହିଁକି ହାରିଲା ସେନେଇ ମଧ୍ୟ ପରାଜୟର କାରଣ ଖୋଜୁଛି । ଆଉ ଏସବୁ ଭିତରେ ନବୀନ ଆଉ ଏକ ବଡ ନିଷ୍ପତ୍ତି ନେଇଛନ୍ତି । ଆସନ୍ତା ୨୭ ତାରିଖରେ ନବୀନ ଏକ ଗୁରୁତ୍ୂପୂର୍ଣ୍ଣ ବୈଠକ ଡାକିଥିବା ବେଳେ ଆଉ ୩ଟି ନୂଆ କମିଟି ମଧ୍ୟ ଗଠନ କରିଛନ୍ତି । କିନ୍ତୁ ସବୁଠୁ ରୋଚକ କଥା ହେଉଛି ଏହି ସବୁ ନୂଆ କମିଟିରୁ ବିଜେଡିର ତୃତୀୟ କ୍ଷମତା ଶାଳୀ ନେତା ପ୍ରଣବ ପ୍ରକାଶ ଦାସଙ୍କୁ ବାଦ ଦିଆଯାଇଛି । କାରଣ ଯେଉଁ ସବୁ ଜିଲ୍ଲାର କର୍ମାକର୍ତାଙ୍କ ସହ ନବୀନ ନିର୍ବାଚନୀ ସମୀକ୍ଷା କରିଛନ୍ତି ସେମାନେ ବୁଲେଇ ବଙ୍କେଇ ବବିଙ୍କୁ ଏବଂ ତାଙ୍କ ସହଯୋଗୀ ମାନଙ୍କୁ ବିଭିନ୍ନ ପ୍ରସଙ୍ଗରେ ମାମଲାତୀ ଦେଖାଇବାକୁ ଦାୟୀ କରିଛନ୍ତି । ଯାହାକୁ ଦୃଷ୍ଟିରେ ରଖି ନବୀନ ବବିଙ୍କୁ ଏହି ନୂଆ କମିଟିରୁ ବାଦ ଦେଇଥିବା କୁହାଯାଉଛି । ତେବେ ବରିଷ୍ଠ ନେତା ଦେବି ମିଶ୍ରଙ୍କ ଅଧ୍ୟକ୍ଷତାରେ ଥିବା ୧୫ ଜଣିଆ ସମନ୍ୱୟ କମିଟିର ସଦସ୍ୟମାନଙ୍କ ସମେତ ଆଉ ୩ଟି କମିଟିର ୬୦ ଜଣିଆ ସଦସ୍ୟ ଓ ସମସ୍ତ ସାଙ୍ଗଠନିକ ଜିଲ୍ଲା ସଭାପତିଙ୍କୁ ଏହି ବୈଠକରେ ସାମିଲ କରିବା ପାଇଁ ଦଳ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ଏହି ବୈଠକ ନେଇ ବିଜେଡିର ସମନ୍ୱୟ କମିଟି ଅଧ୍ୟକ୍ଷ ଦେବି ପ୍ରସାଦ ମିଶ୍ର ସୂଚନା ଦେଇଛନ୍ତି । ଏବଂ ଏହି ବୈଠକରେ ଦଳର ଭବିଷ୍ୟତର ସାଂଗଠନିକ କାର‌୍ୟ୍ୟପନ୍ଥା ସହ ନିର୍ବାଚନ ବିପର‌୍ୟ୍ୟୟର କାରଣ ଖୋଜା ପାଇଁ କମିଟି ଚୟନ ଆଦି ଉପରେ ବିଚାରବିମର୍ଶ ହେବ ବୋଲି କୁହାଯାଉଛି । ତେବେ ନୂଆକରି ଗଠନ ହୋଇଥିବା କମିଟିରେ ବରିଷ୍ଠ ନେତା ପ୍ରସନ୍ନ ଆଚାଯ୍ୟଙ୍କ ସଂଯୋଜନାରେ ୧୭ଜଣିଆ ଉପଦେଷ୍ଟା କମିଟି, ଅତନୁ ସବ୍ୟସାଚୀ ନାୟକଙ୍କ ସଂଯୋଜନାରେ ୨୨ଜଣିଆ ସଦସ୍ୟତା ଅଭିଯାନ କମିଟି ଓ ସଞ୍ଜୟ ଦାସବର୍ମାଙ୍କ ସଂଯୋଜନାରେ ୨୧ଜଣିଆ କାର‌୍ୟ୍ୟକ୍ରମ କାର‌୍ୟ୍ୟାନ୍ୱୟନ କମିଟି ଗଠନ ହୋଇଛି । ଏହି କମିଟିରେ ଦଳର ବିଧାୟକ, ସାଂସଦ ଓ ପରାଜିତ ପ୍ରାର୍ଥୀମାନଙ୍କୁ ମଧ୍ୟ ଥଇଥାନ କରାଯାଇଛି । ତେବେ ନବୀନଙ୍କ ଏହି ନୂଆ କମିଟି ଦଳ ପାଇଁ କେତେ ପ୍ରଭାବକାରୀ ହେଉଛି ଏବଂ ବବିଙ୍କ ବିନା ଏହି କମିଟି କିପରି ପ୍ରଦର୍ଶନ କରୁଛି ତାହା ଦେଖିବାକୁ ଅପେକ୍ଷା ।

author

Related Articles

Leave a Reply

Your email address will not be published. Required fields are marked *