ବିଜେଡିରେ ମିଶିଲେ ପ୍ରକାଶ ବେହେରା

ବିଜେଡିରେ ମିଶିଲେ ପ୍ରକାଶ ବେହେରା

ବିଜେଡିରେ ମିଶିଲେ ସାଲେପୁରର ପୂର୍ବତନ ବିଧାୟକ ପ୍ରକାଶ ବେହେରା । ବିଜେପିରୁ ଇସ୍ତଫା ଦେବା ପରେ ବୁଧବାର ସେ ବିଜେଡିରେ ସାମିଲ ହୋଇଛନ୍ତି । ଶଙ୍କ ଭବନରେ ବିଧିବଦ୍ଧ ଭାବେ ସେ ଶଙ୍ଖ ଫୁଙ୍କିଛନ୍ତି । ବିଜେଡି ସାଂସଦ ମାନସ ମଙ୍ଗରାଜ, ବିଧାୟକ ପ୍ରତାପ ଜେନା, କେନ୍ଦ୍ରାପଡା ସାଂସଦ ପ୍ରାର୍ଥୀ ଅଂଶୁମାନ ମହାନ୍ତିଙ୍କ ଉପସ୍ଥିତି ପ୍ରକାଶ ବେହେରା ବୁଧବାର ବିଜେଡିରେ ସାମିଲ ହେଇଛନ୍ତି । ତେବେ ପ୍ରକାଶ ବେହେରା ବିଜେପି ଛାଡି ବିଜେଡିରେ ସାମିଲ ହେବା ପରେ, ସାଲେପୁର ରାଜନୀତି ଏବେ ରୋଚକ ମୋଡ ନେଇଛି । ଏହି ଆସନରୁ ବିଜେଡି ଏବେ କାହାକୁ ଟିକେଟ୍ ଦେଉଛି ତାକୁ ନେଇ ଆରମ୍ଭ ହେଇଛି ଚର୍ଚ୍ଚା ଆଲୋଚନା ।

author

Related Articles

Leave a Reply

Your email address will not be published. Required fields are marked *