ବିଜେଡିର ଗୁମର ଖୋଲିଲେ ଦଳର ବହିଷ୍କୃତ ନେତା ପ୍ରଦୀପ ପାଣିଗ୍ରାହୀ କହିଲେ, ବିଜେଡିର ବଡ ସଙ୍ଗଠକଙ୍କୁ ମାଟି କରିଦେଲେଣି ପାଣ୍ଡିଆନ

ବିଜେଡିର ଗୁମର ଖୋଲିଲେ ଦଳର ବହିଷ୍କୃତ ନେତା ପ୍ରଦୀପ ପାଣିଗ୍ରାହୀ କହିଲେ, ବିଜେଡିର ବଡ ସଙ୍ଗଠକଙ୍କୁ ମାଟି କରିଦେଲେଣି ପାଣ୍ଡିଆନ

ଓଡିଶା ରାଜନୀତିର ସବୁଠୁ ଶକ୍ତିଶାଳୀ ଦଳ କୁହାଯାଉଥିବା ବିଜୁ ଜନତା ଦଳର ଗୁମର ଖୋଲୁଛନ୍ତି ଗୋପାଳପୁରର ବହିଷ୍କାର ବିଧାୟକ ପ୍ରଦିପ ପାଣିଗ୍ରାହୀ । ଦିନେ ପ୍ରଦିପ ରାଜ୍ୟ ବିଜେଡିର ସବୁଠାରୁ ଶକ୍ତିଶାଳୀ ଓ ଟାଣୁଆ ନେତା ଥିଲେ । ଆଜି ବହିଷ୍କାର ହୋଇଥିବାରୁ ବିଜେଡିର ସବୁ ଗୁମରକୁ ହାଟରେ ବିକିବାରେ ଲାଗିଛନ୍ତି । ବିଜେଡିର ଯିଏ ବଡ ସଂଗଠକ ସିଏ ବେଶି କଷ୍ଟ ଭୋଗୁଛନ୍ତି । ବିଜେଡି ସଂଗଠକଙ୍କୁ ମାଟି କରିଦେଲେ ପାଣ୍ଡିଆନ । ଯେଉଁ ଟାଣୁଆ ନେତା ମନ୍ତ୍ରୀଙ୍କ ପ୍ରଚେଷ୍ଟାରେ ଜନତା ଦଳରୁ ବିଜେଡି ସଂଗଠନ ମଜବୁତ ହୋଇଥିଲା ଆଜି ସେହି ସଂଗଠକଙ୍କୁ କାଟି ମାଟିରେ ମିଶାଇ ଦେଲେଣି ପାଣ୍ଡିଆନ । ଏମିତି କିଛି କହୁଛନ୍ତି ପ୍ରଦିପ ପ୍ରାଣିଗ୍ରାହୀ । ହଁ ଦର୍ଶକବନ୍ଧୂ ଆମେ କହୁଛୁ ଗୋପାଳପୁରର ବିଧାୟକ ତଥା ବିଜେଡିରୁ ବହିଷ୍କାର ହୋଇଥିବା ପ୍ରଦିପ ପାଣିଗ୍ରାହୀଙ୍କ କଥା । ଦିନେ ପ୍ରଦିପ ପାଣିଗ୍ରାହୀଙ୍କ ବାପା ଜନତା ଦଳର ବଡ ସଂଗଠକ ଥିଲେ କିନ୍ତୁ ଆଜି ପୁଅର କଷ୍ଟ କହିଲେ ନସରେ । ବିଜେଡି ଗଠନ ହେବା ଦିନରୁ ନିଜର ରଣନୀତି ବଳରେ ଓଡିଶାକୁ ଏକଛତ୍ରବାଦ ପରି ଶାସନ କରିଆସୁଛି । ବିଜୁ ପଟ୍ଟନାୟକଙ୍କ ଦେହାନ୍ତ ପରେ ତାଙ୍କ ଜନତା ଦଳକୁ ବିଜେଡିର ନାଁ ଦେଇ ଶାସନ କରୁଛନ୍ତି ନବୀନ ବାବୁ । ଆଜି ଯାଏ ଦୀଘ୍ର ୨୪ବର୍ଷ କାଳ ଶାସନ ଚଲାଇଛନ୍ତି ନବୀନ ବାବୁ । ହେଲେ ଏବେ ଦଳର ପରିସ୍ଥିତି ଅସମ୍ଭାଳ । ଜଣେ ସରକାରୀ କର୍ମଚାରୀ ନବୀନଙ୍କ ବ୍ୟକ୍ତିଗତ ସଚିବ ଭିକେ ପାଣ୍ଡିଆନଙ୍କ ମନମୁଖୀ ଶାସନ କାରଣରୁ ବିଜେଡିର ୧୧୨ ବିଧାୟକରୁ ୧୧୦ ଜଣ ଏବେ ଯନ୍ତ୍ରଣା ଭୋଗୁଛନ୍ତି ଓ ଅଜ୍ଞାତରେ କାନ୍ଦୁଛନ୍ତି ବୋଲି କହିଛନ୍ତି ପ୍ରଦିପ ପାଣିଗ୍ରାହୀ । ବିଜେଡିର ଗୁମର ଖୋଲି ପ୍ରଦିପ କହୁଛନ୍ତି ୫ଟି ସଚିବ ବିଜେଡିର ବଡ ବଡ ସଂଗଠକ ମାନଙ୍କୁ କାଟିକି ମାଟି କରିଦେଲେଣି । ଆଶା ବିଶ୍ୱାସ ଦେଇ ସେମାନଙ୍କୁ ନଷ୍ଟ କରିସାରିଲେଣି । ପାଣ୍ଡିଆନଙ୍କ ପାଇଁ ଦଳର ଅନେକ ନେତା ମନ୍ତ୍ରୀ କାନ୍ଦୁଛନ୍ତି । । ତେବେ ଦେଖିବାକୁ ବାକି ରହିଲା କିଏ ସେ ବଡ ସଂଗଠନ ଯାହାକୁ କାଟି ନଷ୍ଟ କରୁଛନ୍ତି ପାଣ୍ଡିଆନ । ଏମିତି ଆଉ କେତେ ନେତା ମନ୍ତ୍ରୀଙ୍କୁ ଦଳ ବହିଷ୍କାର କରିବ । କେତେ ଜଣଙ୍କ ସ୍ୱରକୁ କାଟିକି ନଷ୍ଟ କରିବ ବିଜେଡି । ପ୍ରଦିପଙ୍କ ବାଣର କିଭଳି ଜବାବ ଦେବ ଶାସକ ବିଜେଡି ତାହା ଦେଖିବାକୁ ଅପେକ୍ଷା ।

author

Related Articles

Leave a Reply

Your email address will not be published. Required fields are marked *