ଆଉ କେବେ ମଇଦାନକୁ ଓହ୍ଲାଇବେ ନବୀନ । ନା ବଦଳିଗଲା ନବୀନଙ୍କ ରଣନୀତି । ନଭେମ୍ବରରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ତୃଣମୂଳ ସ୍ତରରୁ ଲୋକଙ୍କ ସହ ଭେଟିବା ସହିତ ବିଜେଡିକୁ ଆହୁରି ମଜବୁତ କରିବା ପାଇଁ ନିଜେ ମଇଦାନକୁ ଓହ୍ଲାଇବା ନେଇ ବିଜେଡି ନେତାମାନେ ଘୋଷଣା କରିଥିଲେ । ନଭେମ୍ବରରୁ ନବୀନ ଗାଁକୁ ଗାଁ ବୁଲିବେ ବୋଲି ସୂଚନା ରହିଥିଲା । କିନ୍ତୁ ନଭେମ୍ବର ମାସ ଆରମ୍ଭ ହେବାର ୩ ଦିନ ପରେ ବି ସେନେଇ ବିଜେଡି ଶିବିରରେ କିଛି ବି ସୋର ଶବଦ ଶୁଣିବାକୁ ମିଳୁନି । ନା ବିଜେଡି ନେତାମାନେ ଏସମ୍ପର୍କରେ କିଛି ମୁହଁ ଖୋଲୁଛନ୍ତିା ଯାହାକୁ ନେଇ ନବୀନ ନିଜ ରଣନୀତି ବଦଳେଇ ଦେଇଥିବା ଆଶଙ୍କା କରାଯାଉଛି । ଅନ୍ୟପଟେ ଏବେ ରାଜ୍ୟ ରାଜନୀତିରେ ନବୀନଙ୍କ ସୁରକ୍ଷାକୁ ନେଇ ଚହଳ ମଧ୍ୟ ପଡିଛି । ରାଜ୍ୟ ସରକାର ନବୀନଙ୍କ କଡା ସୁରକ୍ଷା ବ୍ୟବସ୍ଥାକୁ ହଟାଇବା ପରେ ଏହାକୁ ନେଇ ବିଜେପିକୁ ନାନା ସମାଲୋଚନାର ଶିକାର ହେବାକୁ ପଡୁଛି । ବିରୋଧୀ ନେତାଙ୍କ ସହ ରାଜନୈତିକ ସମୀକ୍ଷକମାନେ ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରୁଛନ୍ତିା ଏବଂ ନବୀନଙ୍କର ଯଦି କିଛି ହୁଏ ତେବେ ମୋହନ ସରକାର ଦାୟୀ ରହିବେ ବୋଲି ମତପ୍ରକାଶ କରୁଛନ୍ତି ।
You can share this post!
author