ଥରହର ବାଲି ମାଫିଆ ସାମ୍ରାଜ୍ୟ
ଘାଣ୍ଟୁଛି ଇଡି ବାହାରୁଛି କୋଟି କୋଟି ଟଙ୍କା
ବାଲି ମାଫିଆଙ୍କ ପଛରେ ବାହୁବଳୀଙ୍କ ହାତଥିବା ମିଳିଲା ସୁରାଖ
ପରିବହନ ମନ୍ତ୍ରୀଙ୍କୁ ଟାଣିଲେ ବିରୋଧି,ଜବାବରେ ମନ୍ତ୍ରୀ କହିଲେ ଜାରି ରହିବ ଚଢାଉ
ବାଲି ଓ ଖଣି ମାଫିଆଙ୍କ ଠିକଣାରେ ଇଡିର ଚଢାଉ ପରେ ଉଠୁଛି ପଡୁଛି ରାଜ୍ୟ ରାଜନୀତି । ମାଫିଆଙ୍କ ପଛରେ କିଏ ତାକୁ ନେଇ ମଧ୍ୟ ରାଜନୀତି ତେଜିବାରେ ଲାଗିଛି । ଆଉ ଏହି ବିବାଦ ମଧ୍ୟରେ ଖଣି ମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି ବିରୋଧି । ହଁ ଦର୍ଶକବନ୍ଧୁ ଲଗାତାର ଦୁଇଦିନ ଧରି ଖଣି ମାଫିଆ ଓ ଗୋମାଫିଆଙ୍କ ଘରେ ଇଡିର ଚଢାଉ ପରେ ଏବେ ଓଡିଶା ରାଜନୀତିରେ ଆରମ୍ଭ ହୋଇଯାଇଛି ରାଜନୈତିକ ବୟାନ ବାଜି ।
ବାଲି ଓ କଳା ପଥର ମାଫିଆଙ୍କ ଚଢ଼ାଉ ବେଳେ ପୁଳା ପୁଳା ଟଙ୍କା ଓ ସୁନା ଗହଣା ଜବତ କରିଛି ଇଡି । ଦାମୀ ଗାଡି ଓ କୋଟି କୋଟି ଟଙ୍କାର ସମ୍ପତ୍ତି ଠାବ ହୋଇଛି । ଗଞ୍ଜାମରେ ବାଲି ଓ ମଦ ମାଫିଆଙ୍କ ୨୫ଟି ଠିକଣାରେ ୧୭୫ଜଣିଆ ଟିମ୍ ଚଢ଼ାଉ କରିଥିଲା । ୨.୬୩କୋଟି ନଗଦ ଟଙ୍କା, ୧୦ରୁ ଅଧିକ ଦାମୀ କାର ଓ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜବତ ହୋଇଛି । ଏହାପରେ ଇଡି ପକ୍ଷରୁ ଜାରି ହୋଇଥିବା ପ୍ରେସ ରିଲିଜରେ ବାହୁବଳୀଙ୍କ ହାତ ଥିବା ଇଡିକୁ ସୁରାଖ ମିଳିଛି । ଯାହାପରେ ରାଜନୈତିକ ବୟାନବାଜି ତେଜିବାରେ ଲାଗିଛି ।
ବାଲି ମାଫିଆଙ୍କ ପଛରେ ବାହୁବଳୀ ଥିବା ଇଡି ସୂଚନା ଦେବା ପରେ ଖୋଦ୍ ଖଣି ମନ୍ତ୍ରୀଙ୍କୁ ଟାଣିଛି ବିରୋଧୀ ବିଜେଡି । ଖଣି ମନ୍ତ୍ରୀଙ୍କ ଏକ ଚିଠିକୁ ଦେଖାଇ ବର୍ଷିଛନ୍ତି ବିଜେଡି ନେତା । ଅଭିଯୋଗ କରି କହିଛନ୍ତି, ଏହି ଚିଠିରୁ ସ୍ପଷ୍ଟ ହେଉଛି ଇଡ଼ି ଚଢ଼ାଉ କରିଥିବା ସୁନୀଲ ପାତ୍ରଙ୍କ ସହ ମନ୍ତ୍ରୀଙ୍କ ନିବିଡ ସମ୍ପର୍କ ଥିଲା । ମନ୍ତ୍ରୀଙ୍କ ଛତ୍ରଚାୟାରେ ସୁନୀଲ ବେଆଇ ବାଲି ଓ ଲଘୁ ଖଣିଜ ଚୋରିରେ ସମ୍ପୃକ୍ତ ଥିଲା । ସେପଟେ ବିରୋଧୀଙ୍କ ଅଭିଯୋଗକୁ ଖଣ୍ଡନ କରିଛନ୍ତି ମନ୍ତ୍ରୀ । କହିଛନ୍ତି, ଯିଏ ଦୋ ନମ୍ବରୀ କାମ କରିବ ତା’ ଘରେ ପଶିବ ଇଡି ।
