ବିଜେଡିର ସାବତ ପୁଅ ହୋଇଗଲେ ଅମର !

ବିଜେଡିର ସାବତ ପୁଅ ହୋଇଗଲେ ଅମର !

ପୁଣି ଅମରଙ୍କୁ କୋଣଠେସା କରିଦେଲା ବିଜେଡି । ନବୀନଙ୍କ ନୂଆ ଟିମରେ ବି ଅମରଙ୍କୁ ମିଳିଲାନି କିଛି ବି ଦାୟିତ୍ୱ । ହଁ ଦର୍ଶକବନ୍ଧୁ, ବିଜେଡିରେ ଥାଇ ବି ବିଜେଡିରେ ନାହାନ୍ତି ଅମର ଶତପଥୀ । ଏ ଚର୍ଚ୍ଚା ନିର୍ବାଚନ ପରଠାରୁ ଲାଗି ରହିଛି । ଆଉ ଏହି ଚର୍ଚ୍ଚା ସତ ବୋଲି ଅନେକ ମତପ୍ରକାଶ ମଧ୍ୟ କରୁଛନ୍ତିା ବିରୋଧୀ ଆସନରେ ବସିବା ପରଠାରୁ ବିଜେଡି ସଭାପତି ନବୀନ ପଟ୍ଟନାୟକ ଦଳୀୟ ନେତାଙ୍କୁ ନୂଆ ନୂଆ ଦାୟିତ୍ୱ ଦେଉଛନ୍ତିା ଦଳର ବରିଷ୍ଠ ନେତାଙ୍କୁ ଆଗକୁ ଆଣି ସେମାନଙ୍କୁ ଦଳର ସମସ୍ତ ଦାୟିତ୍ୱ ହସ୍ତାନ୍ତର କରୁଛନ୍ତିା କିନ୍ତୁ ବିଜେଡିର ବରିଷ୍ଠ ନେତାଙ୍କ ମଧ୍ୟରେ ଯେଉଁ ନାଁ ସବୁଠୁ ଆଗରେ ଆସିଥାଏ ଏବେ ସେ ନାଁର ଚିହ୍ନବର୍ଣ୍ଣ ବି ଆଉ ବିଜେଡିରେ ନଜର ଆସୁନି । ବଡଚଣାର ପୂର୍ବତନ ବିଧାୟକ ଅମର ଶତପଥୀ ଏକଦା ନବୀନଙ୍କ ଗୁଡବୁକରେ ରହୁଥିଲେ । କିନ୍ତୁ ଏବେ ଆଉ ସେଭଳି କିଛି ଥିବା ନଜର ଆସୁନି । ଏପରିକି କୌଣସି ଦଳୀୟ ବୈଠକରେ ମଧ୍ୟ ଅମରଙ୍କ ଛାଇ ପଡୁଥିବାର ଦେଖିବାକୁ ମିଳୁନି । ଅନ୍ୟପଟେ ଅମର ମଧ୍ୟ ବିଜେଡି ସପକ୍ଷରେ କମ୍ ବିପକ୍ଷରେ ବେଶି କହୁଥିବା ଦେଖିବାକୁ ମିଳିଛିା କେତେବେଳେ ସେ ଦଳୀୟ ନିଷ୍ପତ୍ତିକୁ ସମ୍ମାନ ଜଣାଇଥିବା ବେଳେ କେତେବେଳେ ସେ ଏହାକୁ କଟାକ୍ଷ ମଧ୍ୟ କରୁଛନ୍ତି । ଯେଉଁ କାରଣରୁ ଏବେ ତାଙ୍କୁ ନବୀନ ଦଳଠାରୁ ଦୂରରେ ରଖିଥିବା ଆଶଙ୍କା କରାଯାଉଛି । ତେବେ ସୋମବାର ବିଜେଡିର ଏକ ନୂତନ କମିଟି ଗଠନ କରିଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ । ସାରା ରାଜ୍ୟରେ ବିଭିନ୍ନ କାର‌୍ୟ୍ୟର ସମନ୍ବୟ ରକ୍ଷା ପାଇଁ ୧୫ ଜଣିଆ ଟିମ୍ ଗଠନ କରିଛି ବିଜେଡି। ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଗଠନ ହୋଇଛି ଏହି ଟିମ୍ । କିନ୍ତୁ ଅନ୍ୟ ଟିମ୍ ଭଳି ଏହି ଟିମରୁ ମଧ୍ୟ ଅମର ବାଦ ପଡିଛନ୍ତି । ଏବଂ ଏହି ୧୫ ଜଣିଆ ନୂତନ କମିଟିର ଅଧ୍ୟକ୍ଷ ଅଛନ୍ତି ବରିଷ୍ଠ ନେତା ଦେବୀ ପ୍ରସାଦ ମିଶ୍ର । କମିଟିରେ ପ୍ରମିଳା ମଲ୍ଲିକ, ନିରଞ୍ଜନ ପୂଜାରୀ, ବିକ୍ରମ କେଶରୀ ଆରୁଖ, ପ୍ରତାପ କେଶରୀ ଦେବ, ପ୍ରଦୀପ କୁମାର ଅମାତ, ଡ଼. ଅରୁଣ କୁମାର ସାହୁ, ଅଶ୍ବିନୀ କୁମାର ପାତ୍ର, ପ୍ରତାପ ଜେନା, ସାରଦା ପ୍ରସାଦ ନାୟକ, ସୁଦାମ ମାର୍ଣ୍ଡି, ମନୋହର ରନ୍ଧାରୀ, ସ୍ନେହାଙ୍ଗିନୀ ଛୁରିଆ, ମହେଶ ସାହୁ ଓ ଦେବେଶ ଆଚାର‌୍ୟ୍ୟ ଅଛନ୍ତି । ତେବେ ଦେଖାଯାଉ ଆଗକୁ ଅମରଙ୍କ ପ୍ରତି ନବୀନଙ୍କ ଆଭିମୁଖ୍ୟ କଣ ରହୁଛି ତାହା ଦେଖିବାର କଥା ।

author

Related Articles

Leave a Reply

Your email address will not be published. Required fields are marked *