ବିଜେଡି ଉପରେ ପଡିଲା ନାରୀ ନେତ୍ରୀଙ୍କ ଅଭିଶାପ !

ବିଜେଡି ଉପରେ ପଡିଲା ନାରୀ ନେତ୍ରୀଙ୍କ ଅଭିଶାପ !

ନିର୍ବାଚନ ଯେତିକି ପାଖଉଛି ସେତିକି ଛାନିଆ ହେଉଛନ୍ତି ବିଜେଡି ନେତା । ସମ୍ପୂର୍ଣ୍ଣ ପ୍ରାର୍ଥୀ ତାଲିକା ଘୋଷଣା କରିସାରିଛି ବିଜୁ ଜନତା ଦଳ । ହଁ ଦର୍ଶକବନ୍ଧୁ ବିଜେଡି ସିନା ପ୍ରାର୍ଥୀ ଦେଇଛି କିନ୍ତୁ ଭୟରେ ଥରୁଛି । ରାଜ୍ୟରେ ସଶକ୍ତ ହେଉଛି ଭାରତୀୟ ଜନତା ପାର୍ଟି । ଯାହାକୁ ଦେଖି ବିଜେଡି ଶିବିରରେ କମ୍ପନ ସୃଷ୍ଟି ହେଲାଣି । ଅନେକ ଭେଟରାନ ନେତା ବିଜେଡି ଛାଡି ସାରିଲେଣି । ହେଲେ ସମସ୍ତଙ୍କ ମଧ୍ୟରୁ ଏବେ ପର୍ଯ୍ୟନ୍ତ ବି ଚର୍ଚ୍ଚାରେ ରହିଛନ୍ତି ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ର । ଟିକେଟ ଦେବେ କହି ଖରା ତରାରେ ବୁଲାଇଲେ ହେଲେ ଆଉ ଜଣଙ୍କୁ ଟିକେଟ ଦେଇଦେଲେ । ଭୁବନେଶ୍ୱର ଟିକେଟ ନ ମିଳିଲା ନାହିଁ ଭାବିଥିଲେ କୌଣସି ଗୋଟିଏ ବିଧାନସଭା ହୁଏତ ମିଳିବ । କିନ୍ତୁ ବିଜେଡିର ସମ୍ପୂର୍ଣ୍ଣ ପ୍ରାର୍ଥୀ ତାଲିକା ଆସିଗଲା ପଛେ କେଉଁଥିରେ ବି ଶ୍ରୀମୟୀଙ୍କ ନାଁ ଦେଖିବାକୁ ମିଳିଲା ନାହିଁ । ଧୋକା ଦେଇଦେଲେ ବିଜେଡି ସୁପ୍ରିମୋ ଓ ଭିକେ ପାଣ୍ଡିଆନ । ନା ସେ ଆଉ ପ୍ରଚାର କରୁଛନ୍ତି ନା ଶଙ୍ଖ ଭବନ ଯାଉଛନ୍ତି ।  ମହିଳାଙ୍କୁ ସଶକ୍ତିକକଣ କରାଉଥିବା ଏବଂ ମହିଳାମାନଙ୍କୁ ସ୍ୱାବଲମ୍ୱୀ କରୁଥିବା ବିଜେଡି ସରକାର ଜଣେ ନାରୀ ନେତ୍ରୀଙ୍କ ସ୍ୱପ୍ନ ଭାଙ୍ଗି ଦେଇଛନ୍ତି ପାଣ୍ଡିଆନ ବାବୁ । ବିରୋଧି ଶିବିରରେ ଚର୍ଚ୍ଚା ହେଉଛି କି ଶ୍ରୀମୟୀଙ୍କ ଅଭିଶାପରେ ଧ୍ୱସଂ ହୋଇଯାଇପାରେ ବିଜୁ ଜନତା ଦଳ । ଦଳ ପାଇଁ ଯେଉଁମାନେ କାମ କରୁଛନ୍ତି ସେହି ମାନଙ୍କୁ ଦଳ ପଚାରୁ ନାହିଁ ଯେଉଁଥି ପାଇଁ ଗୋଷ୍ଠୀ କନ୍ଦଳ ବଢିବାରେ ଲାଗିଛି । ଶ୍ରୀମୟୀଙ୍କୁ ପ୍ରତିଶ୍ରୁତି ବଦଳରେ ପ୍ରତାରଣା ମିଳିଲା । ତାଙ୍କ ମାନଭଞ୍ଜନ କରିବା ପାଇଁ ପ୍ରଚାରକ ତାଲିକାରେ ସାମିଲ କରାଇଲେ ଏବଂ ବିଜୁ ମହିଳା ଜନତା ଦଳର କାର୍ଯ୍ୟକାରିଣୀ ସଭାନେତ୍ରୀ ମଧ୍ୟ କରାଇଲେ ହେଲେ ଏତେ ପଦ ପଦବୀ ଦେଇ କଣ ଲାଭ ହେଲା ଏବେ ପର୍ଯ୍ୟନ୍ତ ବି ରାଜନୀତିରେ ସକ୍ରିୟ ହୋଇନାହାନ୍ତି ଶ୍ରୀମୟୀ ଅପା । ସେ ବିଜେପିରେ ଯୋଗ ଦେବେ ବୋଲି ଚର୍ଚ୍ଚା ମଧ୍ୟ ହେଉଥିଲା ହେଲେ ତାହା ହେଲା ନାହିଁ । ଅପେକ୍ଷା ରହିଲା କେବେ ଶଙ୍ଖ ଭବନରେ ପାଦ ଥାପିବେ ଶ୍ରୀମୟୀ ଅପା ।

author

Related Articles

Leave a Reply

Your email address will not be published. Required fields are marked *