ବିଜେଡି ଗଡରେ ପଶି ପାରିଲେନି ଅପରାଜିତା

ବିଜେଡି ଗଡରେ ପଶି ପାରିଲେନି ଅପରାଜିତା

ସରିଛି ନିର୍ବାଚନ କିନ୍ତୁ ସରିନି ଅପରାଜିତାଙ୍କୁ ବିରୋଧ । ବିଜେଡି ଗଡରେ ପୁଣି ପଶି ପାରିଲେନି ସାଂସଦ ମ୍ୟାଡାମ । କିଛି ଦିନ ତଳେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ଖୋର୍ଦ୍ଧା ଜିଲ୍ଲାର ବେଗୁନିଆ ନିର୍ବାଚନ ମଣ୍ଡଳୀକୁ ଯାଇଥିଲେ । କିନ୍ତୁ ସେଠାରେ ପୂର୍ବ ଭଳି ତାଙ୍କୁ ଅଞ୍ଚଳବାସୀ ବିରୋଧ କରିଥିବାର ଦେଖିବାକୁ ମିଳିଛି । ବେଗୁନିଆ ବ୍ଲକର ଏକ ପଞ୍ଚାୟତରେ ଅପରାଜିତା ଷଡଙ୍ଗୀ ଶୀତଳଭଣ୍ଡାର ଉଦାଘଟନ କରିବାର କାର‌୍ୟ୍ୟକ୍ରମ ରହିଥିଲା । କିନ୍ତୁ ଏହି କାର‌୍ୟ୍ୟକ୍ରମରେ ସ୍ଥାନୀୟ ବିଧାୟକ ଉପସ୍ଥିତ ନଥିବାରୁ ସ୍ଥାନୀୟ ବାସିନ୍ଦାମାନେ ଏହାକୁ ବିରୋଧ କରିଥିଲେ । ବିଧାନସଭା ଅଧିବେଶନ ଚାଲିଥିବାରୁ ଏହି କାର‌୍ୟ୍ୟକ୍ରମରେ ବେଗୁନିଆ ବିଧାୟକ ପ୍ରଦୀପ ସାହୁ ଉପସ୍ଥିତ ରହିବା ସମ୍ଭବ ନଥିଲା । କିନ୍ତୁ ଏହା ଜାଣି ସୁଦ୍ଧା ଅପରାଜିତା ସ୍ଥାନୀୟ ପ୍ରଶାସନ ଉପରେ ଚାପ ପକାଇ ଏକୁଟିଆ ହିଁ ଏହି ଉଦଘାଟନ କରିବାକୁ ଚାହିଁଥିଲେ । ଯାହାକୁ ସେହି ଅଞ୍ଚଳର ସରପଞ୍ଚ ଏବଂ ଜନପ୍ରତିନିଧି ମାନେ ପସନ୍ଦ କରିନଥିଲେ । ଏବଂ ଅପରାଜିତାଙ୍କୁ ତୀବ୍ର ବିରୋଧ କରିଥିଲେ ।

author

Related Articles

Leave a Reply

Your email address will not be published. Required fields are marked *