ବିଜେଡି ଚକ୍ରବ୍ୟୁହରେ ସମୀର ଭାଇନା !

ବିଜେଡି ଚକ୍ରବ୍ୟୁହରେ ସମୀର ଭାଇନା !

ବିଜେପି ନେତା ସମୀର ଦାଶଙ୍କୁ ନେଇ ଶଙ୍କାରେ ଅଛି କି ବିଜୁ ଜନତା ଦଳ ? ଏଥର ନିର୍ବାଚନରେ ସମୀରଙ୍କ ପାଇଁ ହାରିଯିବା ଭୟରେ ରହିଛି କି ବିଜେଡି ? ଏଭଳି କିଛି ଆଶଙ୍କା ଏବେ ରାଜ୍ୟ ରାଜନୀତିରେ ସୃଷ୍ଟି ହୋଇଛି । କାରଣ ନିର୍ବାଚନ ସରିବାକୁ ଆଉ ମାତ୍ର ଦିନ କେଇଟା ଥିବା ବେଳେ ଏବେ ବି ଦଳ ଡିଆଁ ପର୍ବ ଜାରି ରହିଥିବାରୁ ବିଭିନ୍ନ ସଂସଦୀୟ କ୍ଷେତ୍ରର ସମୀକରଣ ବିଗିଡିବାରେ ଲାଗିଛି । ଆଉ ଏହାରି ମଧ୍ୟରେ ଜଗତସିଂହପୁର ସଂସଦୀୟ କ୍ଷେତ୍ରର ସମୀକରଣ ମଧ୍ୟ ବଦଳିଯାଇଛି । ଯେବେଠାରୁ ସମୀର ଦାଶ ବିଜେପିରେ ଯୋଗ ଦେଇଛନ୍ତି ସେବେଠାରୁ ଏଠାରେ ବିଜେପିର ବଳ ବଢିଥିବା ଚର୍ଚ୍ଚା ହେଉଛି । ଅନ୍ୟପଟେ ବିଜେଡି ମଧ୍ୟ ଏହାକୁ ଆଭାସ କରି ଏହି ସଂସଦୀୟ କ୍ଷେତ୍ରରେ ସମୀରଙ୍କୁ କାଉଣ୍ଟର କରିବା ପାଇଁ ୧୬ ଜଣ ପର୍ଯ୍ୟବେକ୍ଷକ ନିଯୁକ୍ତ କରିଥିବା ସୂଚନା ମିଳିଛି । ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପରେ ଗଞ୍ଜାମର ଏକାଧିକ ବିଧାୟକଙ୍କ ସହ ୮ ନେତାଙ୍କୁ ନିମାପଡାର ସହ-ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ କରିଥିଲା ଦଳ । କିନ୍ତୁ ଏବେ ପୁରୀ ଜିଲ୍ଲାର ୮ ନେତାଙ୍କୁ ଦଳ କେବଳ ନିମାପଡା ଦାୟିତ୍ୱ ଦେଇଥିବା ଜଣାପଡିଛି । ଯାହାକୁ ଆକଳନ କଲେ ଜଣାପଡୁଛି ଯେ, ସତେ ଯେମିତି ସମୀର ବିଜେପିରେ ଯୋଗ ଦେବା ପରେ ବିଜେଡିର ନିଦ ହଜିଯାଇଛି। କୁହାଯାଉଛି, କେବଳ ନିମାପଡା ନୁହଁ, ଏହାକୁ ଲାଗି ଥିବା କାକଟପୁରରେ ବି ସମୀରଙ୍କ ଦବଦବା ରହିଛି। ସବୁଠୁ ଅଧିକ ଟେନସନ ହେଲା ସମୀର ବିଜେପିରେ ମିଶିବା ପରେ ଜଗତସିଂହପୁର ଲୋକସଭାରେ ବିଜେପିର ପଲ୍ଲା ଭାରି ହୋଇଯାଇଛି। ତେବେ ଜଗତସିଂହପୁର ଲୋକସଭା ଅଧିନରେ ଥିବା ଅଧିକାଂଶ ଆସନରେ ବିଜେଡିର ଦବଦବା ରହିଆସିଥିବା ବେଳେ ଏଥର ଦେଖାଯାଉ କି ପରିବର୍ତ୍ତନ ହେଉଛି , ସମୀରଙ୍କ ଭୂୂମିକା ଏଥିରେ କେତେ ଗୁରୁତ୍ୱପୂର୍ଣ୍ଣ ରହୁଛି ନା ପୁଣି ବିଜେଡି ବାଜି ମାତ୍ କରୁଛି ତାହା ଦେଖିବାକୁ ଅପେକ୍ଷା ।

author

Related Articles

Leave a Reply

Your email address will not be published. Required fields are marked *