ବିଜେଡି ଛାଡିଥିବା ନେତାଙ୍କୁ ଟିକେଟ୍ ଦେଲା ବିଜେପି

ବିଜେଡି ଛାଡିଥିବା ନେତାଙ୍କୁ ଟିକେଟ୍ ଦେଲା ବିଜେପି

ରାଜ୍ୟରେ ନିର୍ବାଚନକୁ ନେଇ ରାଜନୀତି ଉଷ୍ମ ରହିଛି । ଟିକେଟ୍ ପାଇଁ ନେତାମନ୍ତ୍ରୀଙ୍କ ଦଳ ଡିଆଁ ପବ ଲାଗି ରହିଛି । କିଏ ବିଜେପି ଛାଡି କଂଗ୍ରେସରେ ମିଶୁଛି ତ ଆଉ କିଏ ବିଜେପି ଛାଡି ବିଜେଡିରେ ସାମିଲ ହୋଇଛି । ଏହାରି ମଧ୍ୟରେ ଅନେକ ନେତା ନବୀନଙ୍କ ହାତ ଛାଡି ଗେରୁଆ ରଙ୍ଗରେ ରଙ୍ଗେଇ ହୋଇଛନ୍ତି । ହେଲେ ସବୁଠୁ ବଡ କଥା ହେଉଛି ଯେଉଁମାନେ ବିଜେଡି ଛାଡି ବିଜେପିରେ ସାମିଲ ହୋଇଥିଲେ ସେମାନଙ୍କୁ ଭରସା କରିଛି ଦଳ । ସେମାନଙ୍କୁ ବିଧାନସଭା ନିର୍ବାଚନ ପାଇଁ ବିଜେପି ବିଧାନସଭା ଟିକେଟ ଦେଇଛି । ସେହି ନେତାମାନଙ୍କ ମଧ୍ୟରେ ରହିଛନ୍ତି ଅରବିନ୍ଦ ଢାଲି, ଆକାଶ ଦାସନାୟକ, ରାଜେନ୍ଦ୍ର ଦାସ, ସିଦ୍ଧାନ୍ତ ମହାପାତ୍ର, ପ୍ରିୟଦର୍ଶୀ ମିଶ୍ର, ପୂର୍ଣ୍ଣଚନ୍ଦ୍ର ସେଠୀ, ରଘୁରାମ ମାଛ ଓ ତ୍ରିନାଥ ଗମାଙ୍ଗ । ବିଜେଡିରେ କିଏ ବିଧାୟକ, କିଏ ସାଂସଦ ରହିଥିବା ଏହି ପ୍ରାର୍ଥୀମାନେ ଦଳଠାରୁ ଅସନ୍ତୁଷ୍ଟ ହୋଇ ଦଳ ଛାଡିଥିଲେ । ଆଉ ସମସ୍ତେ ବିଜେପିରେ ମିଶିଥିଲେ । ତେବେ ବିଜେପି ତାଙ୍କୁ ଭରସା କରି ଟିକେଟ ପ୍ରଦାନ କରିଛି ।

author

Related Articles

Leave a Reply

Your email address will not be published. Required fields are marked *