ବିଜେଡି ଛାଡିଲେ ଆକାଶ ଦାସ ନାୟକ

ବିଜେଡି ଛାଡିଲେ ଆକାଶ ଦାସ ନାୟକ

ବିଜେଡି ଉପରେ ପଡିଲା ଚଡକ । ଦଳ ଛାଡିଲେ ଆଉ ଜଣେ ଟାଣୁଆ ନେତା । ସକାଳୁ ବିଜେଡି ନେତା ପ୍ରିୟଦର୍ଶୀ ମିଶ୍ର ଦଳ ଛାଡିବା ପରେ ଏବେ କୋରେଇର ପୂର୍ବତନ ବିଧାୟକ ତଥା ଅଭିନେତା ଆକାଶ ଦାସ ନାୟକ ମଧ୍ୟ ନବୀନଙ୍କ ହାତ ଛାଡିଛନ୍ତି । ସେ ଆଜି ଦଳର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି । ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ପାଖକୁ ସେ ତାଙ୍କ ଇସ୍ତଫାପତ୍ର ପଠାଇଥିବା ସୂଚନା ମିଳିଛି । ତେବେ ସେ ବିଜେଡି ଛାଡିବା ପରେ ଏବେ କେଉଁ ଦଳକୁ ଯିବେ ତାହା ସ୍ପଷ୍ଟ ହୋଇନାହିଁ । ତେବେ ପ୍ରଥମେ ପ୍ରିୟଦର୍ଶୀ ମିଶ୍ର ପରେ ଆକାଶ ଦାଶ ନାୟକ ଦଳ ଛାଡ଼ିବା ବିଜେଡିକୁ ଏକ ଝଟକା ଦେଇଛି ।

author

Related Articles

Leave a Reply

Your email address will not be published. Required fields are marked *