ବିଜେଡି ଛାଡିଲେ ଜ୍ୟୋତି ପାଣିଗ୍ରାହୀ

ବିଜେଡି ଛାଡିଲେ ଜ୍ୟୋତି ପାଣିଗ୍ରାହୀ

ରାଜ୍ୟରେ ନିର୍ବାଚନର ପରିବେଶ ସରଗରମ ରହିଥିବା ବେଳେ ଏବେ ବି ନେତାଙ୍କ ଦଳ ଡିଆଁ ପର୍ବ ଲାଗି ରହିଛି । କିଏ ଦଳ ଛାଡୁଛି ତ ଆଉ କିଏ ଅନ୍ୟ ଦଳରେ ସାମିଲ ହେଉଛନ୍ତି । ଏହି କ୍ରମରେ ଏବେ ବିଜେଡି ଛାଡିଛନ୍ତି ପୂର୍ବତନ ମହିଳା କମିଶନ ଅଧ୍ୟକ୍ଷା ଜ୍ୟୋତି ପାଣିଗ୍ରାହୀ । ସେ ଆଜି ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ଜ୍ୟୋତି ବିଜୁ ମହିଳା ଜନତା ଦଳର ସିନିୟର ଭାଇସ୍ ପ୍ରେସିଡେଣ୍ଟ ରହିବା ସହ ସୁନ୍ଦରଗଡ ଜିଲ୍ଲା ବିଜେଡିର ପର୍ଯ୍ୟବେକ୍ଷକ ଥିଲେ । ତେବେ ଆଜି ଜ୍ୟୋତିଙ୍କ ସହ ତାଙ୍କ ସ୍ୱାମୀ ସରୋଜ ପାଣିଗ୍ରାହୀ ମଧ୍ୟ ବିଜେଡି ଛାଡିଛନ୍ତି । ବିଜେଡି ଆଉ ଆଗ ଭଳି ନାହିଁ ବଦଳି ଯାଇଛି ବୋଲି ନିଜ ଇସ୍ତଫା ପତ୍ରରେ ଲେଖି ଦଳକୁ ବାଏ ବାଏ କହିଛନ୍ତି ।

author

Related Articles

Leave a Reply

Your email address will not be published. Required fields are marked *