ବିଜେଡି ଛାଡିଲେ ମମତା ନବୀନଙ୍କୁ ଟାର୍ଗେଟ କଲେ ଅମର

ବିଜେଡି ଛାଡିଲେ ମମତା ନବୀନଙ୍କୁ ଟାର୍ଗେଟ କଲେ ଅମର

ବିଜେଡିର ଶୋଚନୀୟ ପରାଜୟ ପରେ ବିଜେଡିକୁ ନବକଳେବର କରି ସଙ୍ଗଠନକୁ ମଜଭୁତ କରିବାରେ ଲାଗିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଦଳୀୟ ନେତାଙ୍କୁ ନୂଆ ଦାୟିତ୍ୱ ଦେଉଛନ୍ତି ନିଜେ ନୂଆ ରୂପରେ ମଇଦାନକୁ ଆସୁଛନ୍ତି । କିନ୍ତୁ ବିଜେଡି ସେତିକି ଛିଡିବାରେ ଲାଗିଛି । ଜଣେ ପରେ ଜଣେ ନେତା ବିଜେଡିରୁ କରଛଡା ଦେଉଛନ୍ତି । ସେ ପୁଣି ବିଜେଡି ଛାଡି ସିଧା ସିଧା ଯାଇ ଶାସକ ଦଳ ଭାରତୀୟ ଜନତା ପାର୍ଟିରେ ସାମିଲ ହେଉଛନ୍ତି । ବିଜେପି ନେତା ଅରବିନ୍ଦ ଢାଲି ବିଜେଡିକୁ କଟାକ୍ଷ କରି କହିଛନ୍ତି ଖୁବଶୀଘ୍ର ବିଜେଡିର ବସା ଖାଲି ହୋଇଯିବ ଏବଂ ବିଜେଡିର ଅସ୍ତିତ୍ୱ ରହିବ ନାହିଁ । ଏହି ଘଟଣାକୁ ନେଇ ବିଜେଡିର ବରିଷ୍ଠ ନେତା ମାନେ ଭିନ୍ନ ଭିନ୍ନ ମନ୍ତବ୍ୟ ଦେଉଛନ୍ତି । ବରିଷ୍ଠ ନେତା ଅମର ଶତପଥୀ କହିଛନ୍ତି ଦଳର ଆମୂଳଚୂଳ ପରିବର୍ତ୍ତନ ଠିକ ନରହିଲେ ଏପରି ଅଘଟଣ ଘଟିବ । ଆମର ସମସ୍ତଙ୍କର ଏ ଦିଗରେ ଅନୁଭବ ରହିଛି । ତେବେ ଦେଖାଯାଉ ଆଗକୁ କଣ ହେଉଛି । ଅମରଙ୍କ ଏପରି ମନ୍ତବ୍ୟ ପୁଣିଥରେ ତାଙ୍କୁ ଚର୍ଚ୍ଚାକୁ ଟାଣୁଛି । ଲୁଚିକି ରହୁଛନ୍ତି କିନ୍ତୁ ଠିକ ସମୟରେ ସାମ୍ନାକୁ ଆସି ମୁହଁ ଖୋଲୁଛନ୍ତି । ରାଜ୍ୟସଭା ସାଂସଦ ମମତା ମହନ୍ତଙ୍କ ହଠାତ ଏପରି ନିଷ୍ପତ୍ତି ବିଜେଡିକୁ ଶକ୍ତ ଝଟକା ଦେଇଥିବା ବେଳେ ଅମରଙ୍କ ଗୋଟିଏ ପରେ ଗୋଟିଏ ବୟାନ ଦଳର ଅଡୁଆ ବଢାଇବାରେ ଲାଗିଛି । ପ୍ରଥମେ ଦଳରୁ ଅଲୋଡା ହେବା ପରେ ବାବା ପ୍ରସନ୍ନ ପାଟ୍ଟଶାଣୀ ବିଜେଡି ଛାଡି ବିଜେପିରେ ସାମିଲ ହେଲେ ଏହାପରେ ରାଜ୍ୟସଭା ସାଂସଦ ମମତା ମହନ୍ତଙ୍କ ଇସ୍ତଫା ଏବଂ ବିଜେପିରେ ଯୋଗଦାନ ପଛରେ ଭାରତୀୟ ଜନତା ପାର୍ଟିର ଚକ୍ରାନ୍ତ ରହିଛି ବୋଲି ବିଜେଡି ଅଭିଯୋଗ ଆଣୁଛି । ବିଜେଡିକୁ ନାପସନ୍ଦ କରି ଅଧିକା କ୍ଷମତା ଲୋଭରେ ବର୍ତ୍ତମାନ କ୍ଷମତାରେ ରହିଥିବା ବିଜେପି ମୁହାଁ ବିଜେଡି ନେତା । ତେବେ ଅମରଙ୍କ ଏପରି ବୟାନ ବାଜି ଆଗକୁ ରାଜ୍ୟ ରାଜନୀତିରେ କେଉଁ ସଙ୍କେତ ଦେବ ତାହାର ଅପେକ୍ଷା ।

author

Related Articles

Leave a Reply

Your email address will not be published. Required fields are marked *