ବିଜେଡି ନା ବିଜେପି କାହାର ହେବ ସୁକିନ୍ଦା !

ବିଜେଡି ନା ବିଜେପି କାହାର ହେବ ସୁକିନ୍ଦା !

24 ସାଧାରଣ ନିର୍ବାଚନ ପାଇଁ ରାଜନୈତିକ ଦଳମାନେ ସଜେଇ ହେଲେଣି । ତିନି ରାଜନୈତିକ ଦଳ ସେମାନଙ୍କର ଟିକେଟ ବାଣ୍ଟିବା କାର୍ଯ୍ୟକ୍ରମ ଆରମ୍ଭ କରିଦଲେଣି । ତେବେ ଏହାରି ଭିତରେ ସୁକିନ୍ଦା ଆସନରୁ ହେବାକୁ ଯାଉଛି ଜୋରଦାର ଲଢେଇ । ସାରା ରାଜ୍ୟରେ ଇସ୍ପାତନଗରୀଭାବେ ଚର୍ଚ୍ଚାରେ ଥିବା ସୁକିନ୍ଦାରେ ଦେଖାଗଲାଣି ରାଜନୈତିକ ଝଡ । ସୁକିନ୍ଦା ନିର୍ବାଚନ ମଣ୍ଡଳୀକୁ 1990 ମସିହାରୁ ନିଜ ହାତ ମୁଠାରେ ରଖିଛନ୍ତି ଘଡେଇ ପରିବାର । ପ୍ରଥମେ ବାପା ତା ପରେ ପୁଅ । ସେବେଠାରୁ ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ପ୍ରଫୁଲ୍ଲ ଘଡେଇ ସୁକିନ୍ଦାର ଶାସନଭାର ସମ୍ଭାଳୁଛନ୍ତି ଏବଂ ଏହା ପରେ 2014ରେ ତାଙ୍କ ପୁଅ ପ୍ରୀତିରଞ୍ଜନ ଘଡେଇଙ୍କୁ ଶାସକ ଦଳ ଟିକେଟ ଦେଇଥିଲା । କଂଗ୍ରେସର ଶରତ ରାଉତଙ୍କୁ ହରାଇ ସୁକିନ୍ଦା ଗାଦିରେ ବସିଥିଲେ ପ୍ରୀତିରଞ୍ଜନ । ପୁନଶ୍ଚ 2019 ସାଧାରଣ ନିର୍ବାଚନରେ ନିଜର ବିଶାଳ ସଂଗଠନ ପ୍ରସ୍ତୁତ କରି ବଜେପି ନେତା ପ୍ରଦୀପ ବଳସାମଲ, ପ୍ରୀତିରଞ୍ଜନଙ୍କୁ କଡା ଟକ୍କର ଦେଇଥିଲେ ମଧ୍ୟ ତାଙ୍କୁ ହରାଇ ପାରିନଥିଲେ । ଖଣି ଖାଦାନରେ ଭରା ସୁକିନ୍ଦା ଅଞ୍ଚଳରେ ରହିଛି ଅନେକ ଗୁଡିଏ କାରଖାନା ଥିଲେ ମଧ୍ୟ ଅଣଓଡିଆମାନଙ୍କୁ ନିଯୁକ୍ତି ମିଳୁଛି ସ୍ଥାନୀୟ ଲୋକଙ୍କୁ ମିଳୁନାହିଁ ବେକାରୀ ସମସ୍ୟା ବୃଦ୍ଧି ହେଉଛି ଏହି ସବୁ ସମସ୍ୟାକୁ ନେଇ ସୁକିନ୍ଦାରେ ବିଜେଡିକୁ ଟାର୍ଗେଟ କରୁଛି ବିଜେପି । 24 ନିର୍ବାଚନରେ ସୁକିନ୍ଦାରେ ବିଜେଡି ନେତା ପ୍ରୀତିରଞ୍ଜନ ଘଡେଇ ଓ ବିଜେପିନେତା ପ୍ରଦୀପ ବଳସାମଲଙ୍କ ମଧ୍ୟରେ ଜୋରଦାର ଲଢେଇ ହେବାକୁ ଯାଉଛି ତେବେ ଦେଖିବାକୁ ବାକି କିଏ ହାତେଇବ ସୁକିନ୍ଦାର ବିଧାନସଭା ଆସନ ?

author

Related Articles

Leave a Reply

Your email address will not be published. Required fields are marked *