ବିଜେଡି ନେତାଙ୍କୁ ଚେକ ଦେବେ ମେଫେୟାର ମାଲିକ !

ବିଜେଡି ନେତାଙ୍କୁ ଚେକ ଦେବେ ମେଫେୟାର ମାଲିକ !

ଚଳିତ ସାଧାରଣ ନିର୍ବାଚନରେ ଷ୍ଟିଲ ସିଟି ଦେଖିବ ବିଗ୍ ଫାଇଟ । ଦୀର୍ଘ ବର୍ଷର ବ୍ୟବଧାନ ପରେ ପୁଣିଥରେ ରାଜନୀତି ମଇଦାନରେ ଏଣ୍ଟ୍ରି ମାରିଛନ୍ତି ମେଫେୟାର ମାଲିକ ତଥା ବିଜେପି ନେତା ଦିଲ୍ଲୀପ ରାୟ । ବିଗତ ଦିନରେ ଓଡିଶା ବାସୀଙ୍କ ପାଇଁ ବେଶ ଉନ୍ନୟନ ମୂଳକ କାର୍ଯ୍ୟ କରିଥିବା ଦିଲ୍ଲୀପ ରାୟଙ୍କୁ ପୁଣିଥରେ ସୁଯୋଗ ଦେଇଛି ଭାରତୀୟ ଜନତା ପାର୍ଟି । ଅନ୍ୟପଟେ ବିଜେଡିରୁ ମନ୍ତ୍ରୀ ସାରାଦା ନାୟକ ରାଉରକେଲାରୁ ପ୍ରାର୍ଥୀ ହୋଇଛନ୍ତି । 2014 ନିର୍ବାଚନରେ ଉଭୟଙ୍କ ମଧ୍ୟରେ କଡା ମୁକାବିଲା ହୋଇଥିଲା ଏବଂ 11 ହଜାର ଭୋଟରେ ସାରଦାଙ୍କୁ ଧୂଳି ଚଟାଇଥିଲେ ଦିଲ୍ଲୀପ । କିନ୍ତୁ 19 ନିର୍ବାଚନରେ ରାଉରକେଲା ଚାଲିଯାଇଥିଲା ସାରଦାଙ୍କ ହାତକୁ । କିନ୍ତୁ ଚଳିତ ନିର୍ବାଚନ ପାଇଁ ବିଜେପି ସାରଦାଙ୍କୁ ପ୍ରାର୍ଥୀ କରିବା ପରେ ଅଡୁଆରେ ପଡିଯାଇଛନ୍ତି ମନ୍ତ୍ରୀ ସାରଦା ନାୟକ । ତାଙ୍କୁ ହାରିବାର ଭୟ ଘାରିଲାଣି । ତେବେ ଚଳିତ ସାଧାରଣ ନିର୍ବାଚନରେ କଣ ହେବ ସାରଦାଙ୍କ ଭବିଷ୍ୟତ । ସାରଦା ନିଜ ସିଟ୍ ବଜାୟ ରଖିବେ ନା ଛଡାଇ ନେବେ ଦିଲ୍ଲୀପ । କାହିଁକିନା ରାଜନୀତିର ଗୋଟିଏ ପୋଖତ ଚେହେରା ହେଉଛି ଦିଲ୍ଲୀପ ରାୟ । ପ୍ରାୟ 5 ଦଶନ୍ଧି ଧରି ରାଉରକେଲାବାସୀଙ୍କ ଶହ ସେ ଯୋଡି ହୋଇ ରହିଛନ୍ତି । ରାଉରକେଲାରେ ଦିଲ୍ଲୀପଙ୍କର ମଧ୍ୟ ବହୁତ ଭଲ ସଙ୍ଗଠନ ରହିଛି । ତିନି ଥର ସେ ସେଠାରୁ ବିଧାୟକ ହୋଇଛନ୍ତି ଏବଂ ଚତୁର୍ଥ ଥର ପାଇଁ ବିଧାୟକ ହେବା ଲକ୍ଷ୍ୟରେ ମେ ଫେୟାର ମାଲିକ ଦିଲ୍ଲୀପ ରାୟ । ଅନ୍ୟପଟେ ବିଜେଡିରୁ ରାଉରକେଲା ବିଧାୟକ ପ୍ରାର୍ଥୀ ହୋଇଥିବା ସାରଦା ନାୟକ ମଧ୍ୟ ସେଠାରୁ ତିନି ଥର ବିଧାୟକ ହୋଇଛନ୍ତି । ବିଗତ ପାଞ୍ଚବର୍ଷରେ ରାଉରକେଲାର ଅନେକ ବିକାଶ କରିଛନ୍ତି ରାଜ୍ୟ ସରକାର । ଯାହାକୁ ପାଥେୟ କରି ଲୋକଙ୍କ ପାଖରେ ପହଞ୍ଚୁଛନ୍ତି ସାରାଦା । ତେବେ ଦୁଇ ଜଣ ପ୍ରାର୍ଥୀ ଚତୁର୍ଥ ଥର ପାଇଁ ବିଜୟ ମୁକୁଟ ପିନ୍ଧିବା ପାଇଁ ଆଶାୟୀ ଥିବା ବେଳେ ରାଉରକେଲାର ରାଜନୈତିକ ଗଣିତ କଣ ହେବ ତାହା ତ ସମୟ କହିବ । ପରନ୍ତୁ ଯେଉଁଭଳି ଭାବେ ଦିଲ୍ଲୀପଙ୍କ ସମର୍ଥନ ବଢୁଛି ଏବଂ ସାରଦାଙ୍କର ହ୍ରାସ ପାଉଛି ଅନୁମାନ କରାଯାଉଛି କି ରାଉରକେଲାର ଶାସନ ଗାଦିରେ ବସି ପାରନ୍ତି ଦିଲ୍ଲୀପ ରାୟ ।

author

Related Articles

Leave a Reply

Your email address will not be published. Required fields are marked *