ବିଜେଡି ନେତାଙ୍କୁ ସାହାସ ଦେଲେ ବିଜେଡି ସୁପ୍ରିମୋ…

ବିଜେଡି ନେତାଙ୍କୁ ସାହାସ ଦେଲେ ବିଜେଡି ସୁପ୍ରିମୋ…

ଏବେ ଆଉ ରାସ୍ତାରେ ନୁହେଁ ବରଂ ସିଧା କୋର୍ଟରେ ବିଜେପି ବିରୁଧରେ ଲଢେଇ କରିବ ବିଜେଡି । ବିଜେପିର ମନମାନୀ ବିରୋଧରେ ଆଇନ ଗତ ଲଢେଇ ପାଇଁ ନିଷ୍ପତ୍ତି ନେଇଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ତେବେ ରାଜ୍ୟରେ ବିଜେପି କ୍ଷମତାକୁ ଆସିବା ପରଠାରୁ ମନଇଚ୍ଛା ଶାସନ କରୁଥିବା ଅଧିକାଂଶ କ୍ଷେତ୍ରରେ ଦେଖିବାକୁ ମିଳୁଛି । ସେ ପରିବହନ ବିଭାଗର ନୂଆ ନିୟମକୁ ନେଇ ହେଉ ବା ସରକାରୀ ସୁବିଧା ସୁଯୋଗ ପାଇବାର ନିୟମାବଳୀରେ ପରିବର୍ତନ କରିବାକୁ ନେଇ ହେଉ । ବିଜେପି ନିଜ ଢଙ୍ଗରେ ଜନବିରୋଧୀ ନୀତି ଆଣି ରାଜ୍ୟରେ ସରକାର ଚଳାଇଛି। ଯାହାକୁ ବିରୋଧୀଙ୍କ ସହ ସାଧାରଣ ଲୋକେ ମଧ୍ୟ ତୀବ୍ର ବିରୋଧ କରୁଛନ୍ତି ।

କିନ୍ତୁ ଏତିକିରେ ବିଜେପିର ମନ ଶାନ୍ତ ପଡିନି। ନିଜ ସରକାରରେ ବାବୁମାନଙ୍କୁ ହାତ କରି ଆହୁରି ସାଧାରଣ ଲୋକଙ୍କୁ ଲୁଟିବା ପାଇଁ ଯୋଜନା କରିଛି ବିଜେପି । ପଞ୍ଚାୟତ ସ୍ତରରେ ନିର୍ବାଚିତ ପ୍ରତିନିଧି ମାନଙ୍କ କ୍ଷମତା ଛଡାଇ ନେବାକୁ ଚେଷ୍ଟା ଚଳାଇବା ସହିତ ବିଡିଓ ଏବଂ ଅନ୍ୟ ଅଧିକାରୀଙ୍କୁ ପାୱାର ଦେଉଛି ବିଜେପି । ପଞ୍ଚାୟତର ଉନ୍ନତି ମୂଳକ କାର୍ଯ୍ୟ କରିବା ପାଇଁ ପଞ୍ଚାୟତ ପ୍ରତିନିଧିଙ୍କ କ୍ଷମତାକୁ ସଙ୍କୁଚିତ କରି ଅଧିକାରୀଙ୍କ କ୍ଷମତାକୁ ବଢାଇଛନ୍ତି ମୋହନ ସରକାର । ଯାହାକୁ ଅନେକ ମହଲରେ ତୀବ୍ର ସମାଲୋଚନା କରାଯାଇଛି। ସରକାରଙ୍କ ଏହି ନିଷ୍ପତି ଗଣତନ୍ତ୍ର ଏବଂ ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥା ଉପରେ ସିଧାସଳଖ ଆକ୍ରମଣ ବୋଲି ମତପ୍ରକାଶ ପାଇଛି ।

ତଥାପି ସୁଧୁରୁନି ବିଜେପି । ତେବେ ଏହି ପ୍ରସଙ୍ଗକୁ କେନ୍ଦ୍ର କରି ଗତବର୍ଷ ବିରୋଧୀ ହୋ ହଲ୍ଲା କରିଥିବା ବେଳେ ଚଳିତ ବର୍ଷ ମଧ୍ୟ ଏ ପ୍ରସଙ୍ଗ ଉପରେ ବିଜେଡି ଶିବିରରେ ଆଲୋଚନା ହୋଇଛି। ପଞ୍ଚାୟତିରାଜ କ୍ଷମତାକୁ ସରକାର ହଡପ କରିବାକୁ ନବୀନ ନାପସନ୍ଦ କରିବା ସହିତ 10 ଜିଲ୍ଲାର ଜିଲ୍ଲା ପରିଷଦ ଅଧ୍ୟକ୍ଷଙ୍କ ସହ ନବୀନ ଆଲୋଚନା କରି ଏଥିପାଇଁ ଆଇନ ଗତ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି । ତେବେ ରାଜ୍ୟରେ ସରକାରଙ୍କ ସହ ପ୍ରଶାସନ ବି ଦୁର୍ବଳ ଥିବା କାରଣରୁ ସାଧାରଣ ଲୋକେ ହନ୍ତସନ୍ତ ହେଉଥିବା ଏବଂ ଲୁଟି ହେଉଥିବା ପ୍ରତିଦିନ ଅଭିଯୋଗ ଆସୁଛି। ଯାହାକୁ ବିରୋଧ କରି ଜନପ୍ରତିନିଧି ମାନେ ଲୋକଙ୍କ ସାହାଯ୍ୟ କରୁଛନ୍ତି । କିନ୍ତୁ ସରକାର ଏବେ ସେମାନଙ୍କ ପାୱାର ଛଡାଇନେବାକୁ ବସିଛନ୍ତି । ଯାହା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଆଦୌ କରାଇଦେବେନି ବୋଲି ନିଷ୍ପତ୍ତି ନେଇଛନ୍ତି ।

administrator

Related Articles

Leave a Reply

Your email address will not be published. Required fields are marked *