ବିଜେଡି ନେତା ସୁବ୍ରତ ଛାଟୋଇଙ୍କ କୋଚିଂ ସେଣ୍ଟରରେ ଆୟକର ବାଭିଗର ଚଢାଉ । ରାଜଧାନୀ ଭୁବନେଶ୍ୱରସ୍ଥିତ ନୟାପଲ୍ଲୀରେ ଥିବା ବଣିକ କୋଚିଂ ସେଣ୍ଟରରେ ଆଇଟି ରେଡ୍ କରୁଥିବା ସୂଚନା ମିଳିଛି । କୋଚିଂ ସେଣ୍ଟରରେ କିଛି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଯାଂଚ କରାଯାଉଥିବା ଜଣାପଡ଼ିଛି । ରାତି ୪ଟାରୁ ଆୟକର ବିଭାଗର ଅଧିକାରୀ ଚଢାଉ କରୁଥିବା ସୂଚନା ମିଳିଛି ।
ଗତବର୍ଷ ମଧ୍ୟ ଏହି ଶିକ୍ଷାନୁଷ୍ଠାନ ଉପରେ ଆୟକର ବିଭାଗ ଚଢାଉ କରିଥିଲା । ଟିକସ ଫାଙ୍କି ଅଭିଯୋଗରେ ଆୟକର ବିଭାଗ ବଣିକ କୋଚିଂ ସେଂଟରରେ ରେଡ୍ କରିଥିଲା । ଏବେ ପାଖାପାଖି ବର୍ଷେ ପରେ ପୁଣି ଥରେ ଆୟକର ବିଭାଗ ଏହି କୋଚିଂ ସେଣ୍ଟର ଉପରେ ରେଡ୍ କରିଛି । କୋଚିଂ ସେଣ୍ଟର ସହ ଅନ୍ୟ କିଛି ସ୍ଥାନରେ ମଧ୍ୟ ରେଡ୍ ହେଉଥିବା ସୂଚନା ମିଳିଛି ।