ବିଜେଡି ନେତାଙ୍କ ପାଟିରୁ ଖସିଗଲା ଭିତ୍ତିରି କଥା…

ବିଜେଡି ନେତାଙ୍କ ପାଟିରୁ ଖସିଗଲା ଭିତ୍ତିରି କଥା…

ନିର୍ବାଚନ ପୂର୍ବରୁ ଏବଂ ନିର୍ବାଚନ ପରେ ବିଜେଡିର ଦ୍ୱିତୀୟ କ୍ଷମତାଶାଳୀ ନେତା ଥିବା ଭିକେ ପାଣ୍ଡିଆନଙ୍କୁ ନେଇ ଚର୍ଚ୍ଚା ଥମୁନି । ନିଜ ପ୍ରତିଶୃତି ମୁତାବକ ବିଜେଡି ହାରିବା ପରେ ପାଣ୍ଡିଆନ ସକ୍ରିୟ ରାଜନୀତିରୁ ସନ୍ୟାସ ନେଇଯାଇଛନ୍ତି ସତ । କିନ୍ତୁ ଏବେ ବି ସେ ବିଜେଡିକୁ ନିଜ ଇସାରାରେ ଚଳାଉଥିବା ଆଲୋଚନା ହେଉଛି । କେଉଁଠିବି ତାଙ୍କୁ ଦେଖିବାକୁ ମିଳୁନଥିବାରୁ ସେ ନବୀନ ନିବାସରେ ହିଁ ଲୁଚି ରହିଥିବା ଅନେକ ନେତା ମତପ୍ରକାଶ କରୁଛନ୍ତି । ଏବଂ ଲୁଚି ଛପି ସେ ବିଜେପି ବିରୁଦ୍ଧରେ ରଣନୀତି ପ୍ରସ୍ତୁତ କରୁଥିବା କୁହାଯାଉଛି । ଆଉ ଏବେ ତ ଖୋଦ ବିଜେଡି ନେତା ଏହା ସ୍ପଷ୍ଟ କରିଛନ୍ତି । ବିଜେଡିର ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ ଏକ ସମାବେଶରେ ପାଣ୍ଡିଆନ ନବୀନ ନିବାସରେ ରହିଥିବା କହିଥିଲେ । ଏବଂ ପରେ ନିଜେ କହିଥିବା କଥାର ଯଥାର୍ଥତା ମଧ୍ୟ ବୁଝାଇ ଦେଇଛନ୍ତି । ଯେ, ପାଣ୍ଡିଆନ ନବୀନଙ୍କ ଓଷଧ କଥା ବୁଝିବାକୁ ଆସିଥିବା ସଫେଇ ଦେଇଛନ୍ତି ।

ତେବେ ଦେବାଶିଷ ଙ୍କ କଂଗ୍ରେସ-ବିଜେଡି ମେଣ୍ଟ ମନ୍ତବ୍ୟକୁ ନେଇ ରାଜନୀତିର ମାହୋଲ ଗରମ ହେବା ସହ ଗତକାଲିଠାରୁ ନାନା ତର୍କ ବିତର୍କ ଆରମ୍ଭ ହୋଇଛି । ଆଉ ଏବେ ପାଣ୍ଡିଆନଙ୍କୁ ନେଇ ଆଉ ଏକ ମନ୍ତବ୍ୟ ଭାଇରାଲ ହେଉଥିବାରୁ ଦେଖାଯାଉ ଦଳ ଉପରେ ଏହା କଣ ପ୍ରଭାବ ପକାଉଛି ଏବଂ ଏହାକୁ ନେଇ ବିଜେଡି ଶିବିରରେ କେଉଁ ନୂଆ ଝଡ ସୃଷ୍ଟି ହେଉଛି ତାହା ଦେଖିବାକୁ ଅପେକ୍ଷା ।

author

Related Articles

Leave a Reply

Your email address will not be published. Required fields are marked *