ବିଜେଡି ନେତ୍ରୀ ଦୀପାଳି ଦାସଙ୍କୁ ନେଇ ବଢୁଛି ଦ୍ୱନ୍ଦ୍ୱ !

ବିଜେଡି ନେତ୍ରୀ ଦୀପାଳି ଦାସଙ୍କୁ ନେଇ ବଢୁଛି ଦ୍ୱନ୍ଦ୍ୱ !

ବିଜେଡି ନେତ୍ରୀ ଦୀପାଳି ଦାସଙ୍କୁ ନେଇ ବଢୁଛି ଦ୍ୱନ୍ଦ୍ୱ । ନିଜେ ରଚିଥିବା ଚକ୍ରବ୍ୟୁହରେ ଫସିଯିବେ କି ଦୀପାଳୀ ଦାସ । ଏଭଳି କିଛି ଚର୍ଚ୍ଚା ଏବେ ରାଜନୀତିରେ ଜୋର ଧରିଛି । ନିର୍ବାଚନ ଫଳାଫଳ ବାହାରିବାର ମାସେରୁ ଅଧିକ ଦିନ ବିତି ଯାଇଥିଲେ ମଧ୍ୟ ଝାରସୁଗୁଡାରୁ ପରାଜିତ ହୋଇଥିବା ବିଜେଡି ବିଧାୟିକା ପ୍ରାର୍ଥୀନୀ ଦୀପାଳୀ ଦାସ ନିଜ ପରାଜୟକୁ ସ୍ୱୀକାର କରୁନାହାନ୍ତି । ନିଜ ବାପାଙ୍କ ଗଡରେ ସେ କିପରି ହାରିଲେ ସେନେଇ ସନ୍ଦେହରେ ରହିଛନ୍ତି । ଏଥିପାଇଁ ଭୋଟିଂ ବେଳେ ଇଭିଏମ ମେସିନରେ କିଛି ତ୍ରୁଟି ଥିବା ସନ୍ଦେହ କରି ପୁନଃ ଭୋଟ ଗଣତି ପାଇଁ ନିର୍ବାଚନ କମିଶନଙ୍କ ଦ୍ୱାରସ୍ଥ ହୋଇଛନ୍ତି । କିନ୍ତୁ ଏଥିରେ ବି ସନ୍ତୁଷ୍ଟି ନପାଇ ପରେ ଭୋଟିଂ ବେଳର ସିସିଟିଭି ଫୁଟେଜ ମାଗିଛନ୍ତି । ଆଉ ଏବେ ସେ ତାଙ୍କ ପ୍ରତିଦ୍ୱନ୍ଦୀ ଟଙ୍କଧର ତ୍ରିପାଠୀଙ୍କ ନିର୍ବାଚନୀ ସତ୍ୟପାଠକୁ ନେଇ ହାଇକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି । ଟଙ୍କଧରଙ୍କ ନିର୍ବାଚନୀ ସତ୍ୟାପାଠ ମିଥ୍ୟା ବୋଲି ସେ ଅଭିଯୋଗ କରିଛନ୍ତି । ଯାହାକୁ ନେଇ ଅନେକ ଝାରସୁଗୁଡାରେ ଗଣିତ ବଦଳିପାରେ ବୋଲି ଆଲୋଚନା କରୁଥିବା ବେଳେ ଅନେକ ଦୀପାଳୀଙ୍କ ଏଭଳି ପଦକ୍ଷେପକୁ ନେଇ ଦ୍ୱନ୍ଦ୍ୱରେ ରହିଛନ୍ତି । କାରଣ ଇଭିଏମ ଯାଞ୍ଚ ପାଇଁ ଦୀପାଳୀ ୬ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ କରିଥିବା ସୂଚନା ମିଳିଛି । ଏପରିକି ସିସିଟିଭି ଫୁଟେଜ ଯାଞ୍ଚ ପାଇଁ ମଧ୍ୟ ତାଙ୍କୁ ମୋଟା ଅଙ୍କର ଟଙ୍କା ଦେବାକୁ ପଡିଥିବା କୁହାଯାଉଛି । କିନ୍ତୁ ଏଯାଏଁ ନା ଇଭିଏମ ମେସିନ୍ ଯାଞ୍ଚ କରାଯାଇଛି ନା ସିସିଟିଭି ଫୁଟେଜ ଜାରି କରାଯାଇଛି । କିନ୍ତୁ ଏହା ପୂର୍ବରୁ ସେ ଟଙ୍କଧର ତ୍ରିପାଠୀଙ୍କ ନିର୍ବାଚନୀ ସତ୍ୟପାଠ ମିଛ ବୋଲି ଅଭିଯୋଗ କରି ହାଇକୋର୍ଟର ଦ୍ୱାରସ୍ଥ ହେବାକୁ ଅନେକ ଗ୍ରହଣ କରିପାରୁନାହାନ୍ତି । କାରଣ ଦୀପାଳୀଙ୍କ ଭଳି ଯେଉଁମାନେ ଚଳିତ ନିର୍ବାଚନରେ ପରାଜିତ ହୋଇଛନ୍ତି ସେମାନଙ୍କ ମଧ୍ୟରୁ ଅନେକ କେବଳ ନିଜ ପ୍ରତିଦ୍ୱନ୍ଦୀଙ୍କ ସତ୍ୟପାଠ ମିଛ ଥିବା ଅଭିଯୋଗ ଆଣି ହାଇକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି । କିନ୍ତୁ ଦୀପାଳି ଏତେ ଟଙ୍କା ଖର୍ଚ୍ଚ କଲା ପରେ ବି ଶେଷରେ ଟଙ୍କଧରଙ୍କ ସତ୍ୟପାଠକୁ ମିଛ କହି ହାଇକୋର୍ଟ ଯିବାକୁ ଅନେକ ଲୋକ ସହଜରେ ଗ୍ରହଣ କରିପାରୁନାହାନ୍ତି । ଏପରିକି ଦୀପାଳୀ ନିଜେ ରଚିଥିବା ଚକ୍ରବ୍ୟୁହରେ ନିଜେ ଫସିଥିବା ଆଲୋଚନା ହେଲାଣି । । ଭୋଟିଂରେ କିଛି ତ୍ରୁଟି ବାହାରିବାର ସମ୍ଭାବନା କମ ଥିବା ପୂର୍ବରୁ ଆଶଙ୍କା କରି ଦୀପାଳୀ ଶେଷରେ ଟଙ୍କଧରଙ୍କ ସତ୍ୟପାଠ ଉପରକୁ ଆଙ୍ଗୁଠି ଉଠାଉଥିବା ରାଜନୈତିକ ମହଲରେ ଚର୍ଚ୍ଚା ଚାଲିଛି । ତେବେ ଦେଖାଯାଉ ଆଗକୁ ଦୀପାଳୀଙ୍କ ରାଜନୈତିକ ଭବିଷ୍ୟତ କେଉଁ ମୋଡ ନେଉଛି ଏବଂ ଝାରସୁଗୁଡା ଗଣିତ ବଦଳୁଛି ନା ନାହିଁ ତାହା ଦେଖିବାକୁ ବାକି ରହିଲା ।

author

Related Articles

Leave a Reply

Your email address will not be published. Required fields are marked *