ବିଜେଡି ପାଇଁ ଏକାଠି ହେଲେ ଚିରଦିନର ଶତ୍ରୁ !

ବିଜେଡି ପାଇଁ ଏକାଠି ହେଲେ ଚିରଦିନର ଶତ୍ରୁ !

ରୋଚକ ମୋଡରେ ଖଣ୍ଡପଡା ରାଜନୀତି । ଏକାଠି ହେଲେ ସୌମ୍ୟ, ଅନୁଭବ ଏବଂ ଗୟାଧର । ରାଜ୍ୟ ରାଜନୀତିର ଅନ୍ୟତମ ଚର୍ଚ୍ଚିତ ଆସନ ହେଉଛି ଖଣ୍ଡପଡା ଆସନ । ଏହି ଆସନରେ ବିଜେଡି ୪ ଥର ବିଜୟୀ ହୋଇଛି । କିନ୍ତୁ ଏଥର ବିଜେଡିର ବିଜୟ ରାସ୍ତାରେ କଣ୍ଟା ସାଜିବାକୁ ମହାମେଣ୍ଟ କରିଛନ୍ତି ବିଜେଡି ନେତା । ଖଣ୍ଡପଡା ଟିକେଟ ପାଇଁ ଆଶାୟୀ ଥିବା ଅନେକ ପ୍ରାର୍ଥୀଙ୍କ ଟିକେଟ ଏଥର ବିଜେଡି ସୁପ୍ରିମୋ କାଟି ଥିବା ବେଳେ ସେମାନେ ଏବେ ବିଜେଡି ଉପରେ ଭାରି ପଡିବେ ବୋଲି ଚର୍ଚ୍ଚା ଆରମ୍ଭ ହୋଇଗଲାଣି । କାହିିଁକି ନା ଯେଉଁମାନଙ୍କ ଟିକେଟ ବିଜେଡି କାଟିଛି ସେମାନେ ଏବେ ଏକାଠି ହୋଇଯାଇଛନ୍ତି ।

ଟିକେଟ କଟିବାର ପ୍ରତିଶୋଧ ନେବା ପାଇଁ ଚିରଦିନର ଶତ୍ରୁ ଏବେ ମିତ୍ର ପାଲଟିଯାଇଛନ୍ତି । ତେବେ ଏହି ଆସନ ପାଇଁ ପ୍ରମୁଖ ଦାବିଦାର ଥିବା ଗୟାଧର ପରିଡା ଏବଂ ଅନୁଭବ ପଟ୍ଟନାୟକ ଖଣ୍ଡପଡାରେ ପରସ୍ପରର ପ୍ରତିଦ୍ୱନ୍ଦୀ ଥିଲେ । କିନ୍ତୁ ଏବେ ଏମାନେ ହାତ ମିଳାଇଛନ୍ତି । ସେହିପରି ସାମ୍ବାଦିକଙ୍କ ଗୁରୁ କୁହାଯାଉଥିବା ସୌମ୍ୟ ପଟ୍ଟନାୟକ ମଧ୍ୟ ଏହି ଆସନରୁ ପୁଣି ଥରେ ପ୍ରତିଦ୍ୱନ୍ଦିତା କରିବେ ବୋଲି ଚର୍ଚ୍ଚା ଚାଲିଥିଲା । କିନ୍ତୁ ସେ ଚର୍ଚ୍ଚାରେ ବ୍ରେକ ଲଗାଇ ସୌମ୍ୟ ସ୍ୱାଧୀନ ପ୍ରାର୍ଥୀ ଭାବେ ଘସିପୁରାରୁ ପ୍ରାର୍ଥୀ ହୋଇଛନ୍ତି । ବିଜେଡିରୁ ଆଉଟ ହେବା ପରେ ସୌମ୍ୟ ବିଜେଡି ଟିକେଟରୁ ଲଢିବାର ସମ୍ଭାବନା ବହୁତ କମ୍ ଥିଲା । ଯ।।ହର ଫାଇଦା ନେବାକୁ ଚାହିଁ ରହିଥିଲେ ଅନୁଭବ ଏବଂ ଗୟାଧର । କିନ୍ତୁ ସେମାନଙ୍କୁ ମଧ୍ୟ ନିରାଶ ହେବାକୁ ପଡିଛି । ଯାହାର ପ୍ରତିଶୋଧ ନେବା ପାଇଁ ଏବେ ଏହି ତିନି ନେତା ଏକାଠି ହୋଇଛନ୍ତି ।

ଏପରିକି ଏହି ୩ ଜଣଙ୍କର ଏକ ଫଟୋ ମଧ୍ୟ ଭାଇରାଲ ହେଉଛି । ଖୋଦ୍ ଅନୁଭବ ପଟ୍ଟନାୟକ ସୋସିଆଲ ମିଡିଆ ପ୍ଲାର୍ଟଫର୍ମ ଏକ୍ସରେ ଏକ ଫଟୋ ପୋଷ୍ଟ କରି ଏସମ୍ପର୍କରେ ସୂଚନା ଦେଇଛନ୍ତି । ଅନୁଭବ ଲେଖିଛନ୍ତି ଯେ, ଖଣ୍ଡପଡା ପାଇଁ ସ୍ୱାଭିମାନର ଲଢେଇ । ଏପିରିକି ମହାମେଣ୍ଟବୋଲି ମଧ୍ୟ ସେ ପୋଷ୍ଟରେ ଉଲ୍ଲେଖ କରିଛନ୍ତି । ଏହାସହ ବିଜେଡି ବିରୁଦ୍ଧରେ ମଧ୍ୟ କିଛି ମେସେଜ ଦେଇଛନ୍ତି । ତେବେ ଏହି ତିନି ଜଣ ନେତା ପରସ୍ପରର ମୁଖ୍ୟ ପ୍ରତିଦ୍ୱନ୍ଦୀ ହେବା ସହ ବିରୋଧୀ ମଧ୍ୟ ଥିଲେ । କିନ୍ତୁ ଏବେ ବିଜେଡି ପାଇଁ ଏମାନେ ଏକାଠି ହୋଇ ମହାମେଣ୍ଟ କରିଛନ୍ତି । ଏବଂ କିପରି ଖଣ୍ଡପଡାରେ ବିଜେଡି ଧରାଶାୟୀ ହେବ ସେନେଇ ରଣନୀତି ପ୍ରସ୍ତୁତ କରିଛନ୍ତି । ତେବେ ଦେଖାଯାଉ ଏମାନଙ୍କ ରଣନୀତି ଖଣ୍ଡପଡାରେ କେଉଁ ପରିବର୍ତ୍ତନ ଆଣୁଛି ଏବଂ କିଏ ଖଣ୍ଡପଡାର ଶାସନ ଗାଦିରେ ବସୁଛନ୍ତି ।

author

Related Articles

Leave a Reply

Your email address will not be published. Required fields are marked *