ବିଜେଡି ପାଇଁ ନବୀନଙ୍କ ନୂଆ ରଣନୀତି

ବିଜେଡି ପାଇଁ ନବୀନଙ୍କ ନୂଆ ରଣନୀତି

ପୁଣି ଆକ୍ସନ ମୋଡକୁ ଆସିଲେ ବିଜେଡି ସଭାପତି ନବୀନ ପଟ୍ଟନାୟକ । ଦଳୀୟ କର୍ମୀଙ୍କ ଇସ୍ତଫା ପରେ ଦଳକୁ ଆହୁରି ମଜବୁତ କରିବା ପାଇଁ ନୂଆ ରଣନୀତି ପ୍ରସ୍ତୁତ କଲେ ବିଜେଡି ସୁପ୍ରିମୋ । ହଁ ଆଜ୍ଞା, ବିଜେଡିର ରାଜ୍ୟସଭା ସାଂସଦ ମମତା ମହନ୍ତ ରାଜ୍ୟସଭା ପଦ ଏବଂ ବିଜେଡିରୁ ଇସ୍ତଫା ଦେବା ପରେ ନବୀନ ପଟ୍ଟନାୟଙ୍କ ଛାତିରେ ଛନକା ପଶିଛି । ଦଳ ଭୁଷୁଡିଯିବା ଭୟରେ ସେ ଆଉ ରାତି ଶୋଉନାହାନ୍ତି । କିପରି ସମସ୍ତଙ୍କୁ ଏକାଠି କରି ଦଳକୁ ଆଗକୁ ବଢାଇବେ ଏବଂ ସଶକ୍ତ ବିରୋଧୀ ଭାବରେ ଗୋଟିଏ ମାଇଲଖୁଣ୍ଟ ପ୍ରସ୍ତୁତ କରିବେ ସେ ଚିନ୍ତାରେ ପଡିଯାଇଛନ୍ତି ନବୀନ । ମମତାଙ୍କ ପରି ଆଉ କେହି ନେତା ବିଜେଡି ଛାଡିବା ପୂର୍ବରୁ ସେମାନଙ୍କୁ ନବୀନ ନିବାସ ଡକାଇ ଦଳର ଉନ୍ନତି ପାଇଁ ଗୁରୁମନ୍ତ୍ର ଦେଇଛନ୍ତି ନବୀନ । ମମତା ମୟୁରଭଞ୍ଜ ଜିଲ୍ଲାର ଦାୟିତ୍ୱ ନେଇଥିବା ବେଳେ ତାଙ୍କ ଇସ୍ତଫା ପରେ ଏବେ ସେଠାକାର ସାମ୍ପ୍ରତିକ ରାଜନୈତିକ ପରିସ୍ଥିତି କିପରି ରହିଛି ସେସମ୍ପର୍କରେ ମୟୁରଭଞ୍ଜର ଦଳୀୟ ନେତୃବୃନ୍ଦଙ୍କ ସହ ଆଲୋଚନା କରିବା ସହ କିପରି ସେଠାରେ ଦଳ ଏବଂ ଲୋକମାନଙ୍କର ଉନ୍ନତି ହେବ ସେଦିଗରେ କାମ କରିବା ପାଇଁ ପରାମର୍ଶ ଦେଇଛନ୍ତି । ଅନ୍ୟପଟେ ମମତାଙ୍କ ଇସ୍ତଫା ପରେ ବିଜେପି ନେତା ଆଗକୁ ବିଜେଡି ବସା ଭାଙ୍ଗିଯିବ ବୋଲି ମତପ୍ରକାଶ କରିବା ପରେ ଖୋଦ ଦଳୀୟ ନେତା ମଧ୍ୟ ଏଥିରେ ସହମତି ପ୍ରକାଶ କରିଛନ୍ତି । ବରିଷ୍ଠ ବିଜେଡି ନେତା ଅମର ଶତପଥୀ ଦଳ ପାଇଁ ଆଗକୁ ଆସିବା ବଦଳରେ ବିଜେପି ନେତା ଦଳ ଭୁଷୁଡିବାକୁ ନେଇ ଯେଉଁ କଟାକ୍ଷ କରୁଛନ୍ତି ତାକୁ ଇଙ୍ଗିତରେ ସପୋର୍ଟ କରିଛନ୍ତି । ଦଳର ଆମୂଳଚୂଳ ସଙ୍ଗଠନକୁ ଠିକ୍ କରାନଗଲେ ଆଗକୁ ବଡ ଅଘଟଣ ଘଟିବ ବୋଲି ସେ ମତପ୍ରକାଶ କରିଥିଲେ । ଯାହାକୁ ନେଇ ମଧ୍ୟ ବିଜେଡି ଶିବିରରେ ହଇଚଇ ସୃଷ୍ଟି ହୋଇଛିା ଆଉ ଏହାକୁ ଦୃଷ୍ଟିରେ ରଖି ନବୀନ ଏବେ ଆକ୍ସନ ମୋଡକୁ ଆସିବା ସହ ଦଳର ସଙ୍ଗଠନକୁ ପୁଣି ମଜବୁତ କରିବା ପାଇଁ ଦଳୀୟ କର୍ମୀଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି । ତେବେ ଦେଖାଯାଉ ନବୀନଙ୍କ ଏହି ଗୁରୁମନ୍ତ୍ର ଦଳ ପାଇଁ କେତେ ପ୍ରଭାବକାରୀ ହେଉଛି ଏବଂ ଆଗକୁ ବିଜେଡିର ଭବିଷ୍ୟତ କଣ ହେଉଛି ତାହା ଦେଖିବାର କଥା ।

author

Related Articles

Leave a Reply

Your email address will not be published. Required fields are marked *