ବିଜେଡି ପ୍ରାର୍ଥୀ ହେବେ କାଳୁ ଖଣ୍ଡାୟତରାୟ !

ବିଜେଡି ପ୍ରାର୍ଥୀ ହେବେ କାଳୁ ଖଣ୍ଡାୟତରାୟ !

ପାଖେଇ ଆସିଲାଣି ନିର୍ବାଚନର ଦିନ । କିନ୍ତୁ ଏବେ ବି ପ୍ରାର୍ଥୀଙ୍କୁ ନେଇ ଛିଣ୍ଡୁନି ଅଙ୍କ । ଏକାଧିକ ଆଶାୟୀଙ୍କ ମଧ୍ୟରୁ କାହାକୁ ଟିକେଟ ମିଳିବ କାହାକୁ ମିଳିବନି ସେନେଇ କିଛି ବି ସ୍ପଷ୍ଟ ସୂଚନା ମିଳୁନି । ଆଉ ଏହାରି ମଧ୍ୟରେ ଖୋର୍ଦ୍ଧା ଏବଂ ବେଗୁନିଆ ଆସନ ବିଜେଡି ଏବଂ ବିଜେପିର ଟେନସନ ବଢାଇଛି । ବିଜେପି ନେତା କାଳୁ ଖଣ୍ଡାୟତରାୟ ଏବଂ ପ୍ରଶାନ୍ତ ଜଗଦେବ ଉଭୟ ଖୋର୍ଦ୍ଧା ଆସନ ପାଇଁ ଦାବିଦାର ଅଛନ୍ତି । ପ୍ରଶାନ୍ତଙ୍କୁ ବିଜେପିର ଆଗଧାଡିର ନେତ୍ରୀ ଅପରାଜିତା ଷଡଙ୍ଗୀ ସପୋର୍ଟ କରୁଥିବା ବେଳେ କାଳୁ ଏବଂ କାଳୁଙ୍କ ସମର୍ଥକମାନେ ଏହାକୁ ବିରୋଧ କରୁଛନ୍ତି । ଏପରିକି ଟିକେଟ୍ ଘୋଷଣା ହୋଇନଥିବା ବେଳେ କାଳୁ ନିଜକୁ ଖୋର୍ଦ୍ଧାର ପ୍ରାର୍ଥୀ ଦର୍ଶାଇ ନିଜ ନିର୍ବାଚନମଣ୍ଡଳୀରେ ଶକ୍ତି ପ୍ରଦର୍ଶନ କରିଥିଲେ । କିନ୍ତୁ ଏଯାଏଁ ତାଙ୍କ ପ୍ରାର୍ଥୀତ୍ୱରେ ମୋହର ମାରିନି ଦଳ । ତେବେ ଏଭଳି ସ୍ଥିତିରେ ଏବେ ଚର୍ଚ୍ଚା ହେଉଛି କି ଯଦି କାଳୁଙ୍କୁ ଟିକେଟ୍ ନମିଳେ ତେବେ ସେ ବିଜେଡିରେ ଯୋଗ ଦେଇପାରନ୍ତି । ଅନ୍ୟପଟେ ବିଜେଡି ମଧ୍ୟ ଖୋର୍ଦ୍ଧାରେ ଏଯାଏଁ ପ୍ରାର୍ଥୀ ଦେଇନି । ଖୋର୍ଦ୍ଧା ପାଇଁ ଦାବିଦାର ଥିବା ପୂର୍ବତନ ବିଧାୟକ ଜ୍ୟୋତିରିନ୍ଦ୍ରନାଥ ମିତ୍ରଙ୍କ ଉପରେ ଦଳ ଭରସା କରିପାରୁନଥିବା ଆଲୋଚନା ଚାଲିଛି । ତେଣୁ ଯଦି ବିଜେପି ଏହି ଆସନରେ ପ୍ରଶାନ୍ତ ଜଗଦେବଙ୍କୁ ଟିକେଟ୍ ଦିଏ ତେବେ ତାଙ୍କ ବିରୁଦ୍ଧରେ ବିଜେଡି କାଳୁଙ୍କୁ ଛିଡା କରାଇପାରେ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ଚାଲିଛି । ତେବେ ଦେଖାଯାଉ କେବେ ଏ ଆସନର ଦ୍ୱନ୍ଦ୍ୱ ଦୂର ହେଉଛି ଏବେ କିଏ କେଉଁ ଦଳରୁ ପ୍ରାର୍ଥୀ ହେଉଛି ।

author

Related Articles

Leave a Reply

Your email address will not be published. Required fields are marked *