ବିଜେଡି ବିଜେପି ମେଣ୍ଟ ହେବ ନାହିଁ କହିଲେ ମନମୋହନ

ବିଜେଡି ବିଜେପି ମେଣ୍ଟ ହେବ ନାହିଁ କହିଲେ ମନମୋହନ

ଅଶ୍ୱିନୀ ବୈଷ୍ଣବଙ୍କ ରାଜ୍ୟ ସଭା ପ୍ରାର୍ଥୀତ୍ୱକୁ ବିଜେଡିକୁ ସମର୍ଥନ ଦେବା ପରେ ବିଜେପିର ରାଜ୍ୟ ସଭାପତି ମନମୋହନ ସାମଲଙ୍କ ପ୍ରତିକ୍ରିୟା । ଏହାର ଉତ୍ତରରେ ମନମୋହନ କହିଛନ୍ତି ଆମ ପାଖରେ ପ୍ରସ୍ତାବକ ଅଛନ୍ତି ତେଣୁ ଆମେ ପ୍ରାର୍ଥୀ ଦେଲୁ ଆମେ କାହାକୁ ସମର୍ଥନ ମାଗି ନାହୁଁ । ବିଜେପି ରାଜ୍ୟସଭା ଲଢ଼ିବ ଏବଂ ଜିତିବ । ପାଲିଟିକାଲ ସିନାରିଓରେ ଆମେ ଜିତିବୁ । ଏହାସହ ଅଶ୍ୱିନୀଙ୍କୁ ବିଜେଡି ସମର୍ଥନ ଦେବା ପରେ ମେଣ୍ଟ ହେବା ନେଇ ଚର୍ଚ୍ଚା ହେଉଥିବା ବେଳେ ମନମୋହନ କହିଛନ୍ତି, କୌଣସି ମେଣ୍ଟ ହେବ ନାହିଁ । ବିଜେପି ଏକାକୀ ଲଢ଼ିବ । ସମର୍ଥନ କିଏ ଦବ ନ ଦେବ ତାହା ତାଙ୍କର ଦଳୀୟ କଥା । ମେଣ୍ଟ କଥା ସେଥିରେ କେଉଁଠୁ ଆସିଲା ? ସମର୍ଥନ ଆମେ ମାଗିନୁ, କିଏ ସମର୍ଥନ ଦେବ ଆମେ କଣ ମନା କରିବୁ ।

author

Related Articles

Leave a Reply

Your email address will not be published. Required fields are marked *