ବିଜେଡି ଲିଙ୍କରେ ପାଣ୍ଡିଆନ, ଭାଇରାଲ ହେଲା ଫଟୋ !

ବିଜେଡି ଲିଙ୍କରେ ପାଣ୍ଡିଆନ, ଭାଇରାଲ ହେଲା ଫଟୋ !

ସନ୍ନ୍ୟାସ ନେବା ପରେ କେଉଁଠି ଅଛନ୍ତି ଭିକେ ପାଣ୍ଡିଆନ ? ବିଜେଡିର ଲିଙ୍କରେ ରହିଛନ୍ତି କି ଭିକେ ପାଣ୍ଡିଆନ ? ହଁ ଦର୍ଶକବନ୍ଧୁ ଏଭଳି ଅନେକ ପ୍ରଶ୍ନ ରାଜ୍ୟ ରାଜନୀତିରେ ଉଙ୍କି ମାରୁଥିବା ବେଳେ ଭାଇରାଲ ହେଲା ପାଣ୍ଡିଆନଙ୍କ ଫଟୋ । ବିଜେଡିର ଶୋଚନୀୟ ପରାଜୟ ପରେ କୁଆଡେ ହଜି ଯାଇଥିବା ପାଣ୍ଡିଆନ ଏବେ ଓଡିଶାରେ ହିଁ ଅଛନ୍ତି । ଟିକିଏ ନଜର ପକାନ୍ତୁ ଏହି ଫଟୋ ଟି ଉପରେ ପୁରୀର ଏକ ହୋଟେଲରେ ବିଜେଡି ନେତା ସଞ୍ଜୟ ଦାସ ବର୍ମାଙ୍କ ଝିଅର ନିର୍ବନ୍ଧରେ ଯୋଗ ଦେଇଥିଲେ । ଫଟୋରେ ପାଣ୍ଡିଆନଙ୍କ ପାଖରେ ରହିଛନ୍ତି ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆ । ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ବିଜେଡିର ପରାଜୟ ପାଇଁ ଯେଉଁ ପାଣ୍ଡିଆନଙ୍କୁ ଦାୟୀ କରାଯାଉଥିଲା ଏବଂ ଓଡିଶା ରାଜନୀତିରେ ବିଜେଡି ପାଇଁ ଶନିଗ୍ରହ ସାଜିଥିବା ପାଣ୍ଡିଆନ ସାମ୍ନାକୁ ଆସିଲା ପରେ ଚର୍ଚ୍ଚା ବଢୁଛି । ପାଣ୍ଡିଆନଙ୍କ ଏହି ଫଟୋ ଭାଇରାଲ ହେବା ପରେ ଏଥିରୁ ସ୍ପଷ୍ଟ ବାରି ହୋଇ ପଡୁଛି କି ଏବେ ମଧ୍ୟ ବିଜେଡି ଲିଙ୍କରେ ରହିଛନ୍ତି ଭିକେ ପାଣ୍ଡିଆନ । ଛାୟା ମୁଖ୍ୟମନ୍ତ୍ରୀ ହୋଇ କାମ ଚଳାଉଥିବା ପାଣ୍ଡିଆନ ଏବେ ଛାୟା ବିରୋଧି ଦଳ ନେତା । ପାଣ୍ଡିଆନଙ୍କ ଏହି ଫଟୋ ପଦାରେ ପଡିବା ପରେ ଏଭଳି ନାନା କଥା ଚର୍ଚ୍ଚା ହେବାରେ ଲାଗିଛି । ଖାଲି ସେତିକି ନୁହେଁ ଅନ୍ୟ ଗୋଟିଏ ଫଟୋରେ ପାଣ୍ଡିଆନଙ୍କ ପାଖରେ ବସିଛନ୍ତି ବିଜେଡିର ବରିଷ୍ଠ ନେତା ଦେବୀ ପ୍ରସାଦ ମିଶ୍ର । ମଞ୍ଚ ଉପରେ ବିଜେଡିର ବରିଷ୍ଠ ନେତା ସଞ୍ଜୟ ଦାସ ବର୍ମାଙ୍କ ସହିତ ଏବଂ ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆଙ୍କ ସହ ନଜର ଆସିବା ପରେ ଧିରେ ଧିରେ ସ୍ପଷ୍ଟ ହେବାରେ ଲାଗିଛି କି ଏବେ ବି ବିଜେଡିରେ ପାଣ୍ଡିଆନଙ୍କ ରାଜ ଚାଲିଛି । ଏବଂ ଯେଉଁ କଥା ଉଠୁଥିଲା କି ପଛରେ ରହି ବିଜେଡିର ସମସ୍ତ ଗୋଟି ଚାଳନା କରୁଛନ୍ତି ପାଣ୍ଡିଆନ ତାହା ଏହି ଫଟୋରୁ ସ୍ପଷ୍ଟ ଜଣାପଡୁଛି ।

author

Related Articles

Leave a Reply

Your email address will not be published. Required fields are marked *