ବିଜେଡି ସଭାରେ ଆଖି ପାଉନି ଭିଡ …

ବିଜେଡି ସଭାରେ ଆଖି ପାଉନି ଭିଡ …

ରାଜଧାନୀ ପରେ ପୁରୀରେ ବିଜେଡିର ଗର୍ଜନ । ବିଜେଡି ସଭାରେ ଆଖି ପାଉନି ଭିଡ, ଦେଖିକି କାବା ବିଜେପି । ହଁ ଆଜ୍ଞା, ଥରେ ନଜର ପକାନ୍ତୁ ଏହି ଭିଡ ଉପରେ । ପୁରୀରେ ଆୟୋଜିତ ବିଜେଡି ସଭାରେ କିପରି ଲୋକଙ୍କ ସମାଗମ ଦେଖିବାକୁ ମିଳୁଛି । ବିଜେଡି ନେତାଙ୍କ ଗର୍ଜନରେ ପୁରୀ ସହର ହୁଲସ୍ତୁଲ ହେଉଛି । ଯାହାକୁ ଦେଖି ବିଜେପି ଶିବିରରେ ଛନକା ପଶିଥିବା କୁହାଯାଉଛି । ତେବେ ଆଜି ପୁରୀରେ ବିଜେଡିର ଜନଜାଗରଣ ଯାତ୍ରା ଅନୁଷ୍ଠିତ ହୋଇଥିଲା । ରାଜ୍ୟରେ ବିଜେପି ସରକାରକୁ ବର୍ଷେ ପୂରିଗଲା କିନ୍ତୁ ବିଜେପି କୌଣସି ଥିରେ ସଫଳ ହୋଇପାରିଲା ନାହିଁ । ଯାହାକୁ ବିରୋଧ କରି ଆଜି ବିଜେଡି ପକ୍ଷରୁ ପୁରୀରେ ଜନଜାଗରଣ ଯାତ୍ରା ଅନୁଷ୍ଠିତ ହୋଇଛି । ଏଥିରେ ଯୁବ ଏବଂ ଛାତ୍ରଙ୍କ ପାଇଁ ବେରୋଜଗାର ମୁଖ୍ୟପ୍ରସଙ୍ଗ ହୋଇଥିବା ବେଳେ ଅନ୍ୟ ସବୁ ପ୍ରସଙ୍ଗରେ ସରକାରଙ୍କୁ ଘେରିଥିବା ନଜର ଆସିଥିଲେ ବିଜେଡି ନେତା ।

ତେବେ ବିଜେପିର ଏକ ବର୍ଷ ପୂର୍ତି ଉତ୍ସବ ପାଳନ ଏବେ ବି ଚାଲିଥିବା ବେଳେ ରାଜ୍ୟରେ ଶାସନ ବ୍ୟବସ୍ଥା କିନ୍ତୁ ଢିଲା ହୋଇ ଚାଲିଛି । ନା ବେରୋଜଗାରୀ କମୁଛି ନା ଲୋକେ ସୁରକ୍ଷିତ ରହୁଛନ୍ତି । ଏପରିକି ବିଶୁଦ୍ଧ ପାଣି ପାଇବାରୁ ବଞ୍ଚି ହେବା ସହ ପାଣି ପାଇଁ ହଇଜା ଭଳି ରୋଗରେ ଆକ୍ରାନ୍ତ ହେଉଛନ୍ତି । କିନ୍ତୁ ସରକାରଙ୍କୁ ଉତ୍ସବର ନିଶା ଛାଡୁନି । ଆଉ ଏସବୁକୁ କେନ୍ଦ୍ର କରି ଆଜି ବିଜେଡି ପକ୍ଷରୁ ବିଜେପି ବିରୋଧରେ ପୁରୀରେ ରଣହୁଙ୍କାର ଦିଆଯାଇଥିଲା ।

ଅନ୍ୟ ପଟେ ପୁରୀରେ ବିଜେଡି ସରକାରଙ୍କ ବିରୋଧରେ ରଣହୁଙ୍କାର ଦେଇଥିବା ବେଳେ ଏପଟେ ରାଜଧାନୀରେ କଂଗ୍ରେସ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ କରିଥିବା ନଜର ଆସିଥିଲା । କଂଗ୍ରେସ ଯୁବ ନେତା ଏବଂ ବିଧାୟକମାନେ ରାଜରାସ୍ତାରେ ମୋହନ ସରକାରଙ୍କ ବିରୋଧରେ ନାରା ବାଜି କରିଥିଲେ ।

author

Related Articles

Leave a Reply

Your email address will not be published. Required fields are marked *