ବିଜେଡି ସୁପ୍ରିମୋଙ୍କ ବଡ ନିଷ୍ପତ୍ତି ଦାମଙ୍କ ଉପରୁ ହଟିଲା ବହିଷ୍କାର ଆଦେଶ

ବିଜେଡି ସୁପ୍ରିମୋଙ୍କ ବଡ ନିଷ୍ପତ୍ତି ଦାମଙ୍କ ଉପରୁ ହଟିଲା ବହିଷ୍କାର ଆଦେଶ

ଏକଦା ବିଜେଡିର ପୁରୁଖାନେତା ଥିବା ଦାମ ରାଉତଙ୍କ ଉପରୁ ହଟିଲା ବହିଷ୍କାର ଆଦେଶ । ବହିଷ୍କାର ଆଦେଶକୁ ହଟାଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ୨୦୧୮ରେ ବିଜେଡିରୁ ବହିଷ୍କୃତ ହୋଇଥିଲେ ଦାମୋଦର ରାଉତ । ବ୍ରାହ୍ମଣ ବିବାଦକୁ ନେଇ ପ୍ରଥମେ ମନ୍ତ୍ରୀପଦ ହରାଇଥିଲେ ଦାମ । ପରେ ୨୦୧୯ରେ ବିଜେପିରେ ସାମିଲ ହୋଇ ନିର୍ବାଚନ ଲଢିଥିଲେ ମଧ୍ୟ ପରାଜିତ ହୋଇଥିଲେ । ବିଜେପିରୁ ପରାଜିତ ହେବା ପରେ ଦାମ ବିଜେପି ଛାଡି ପୁଣିଥରେ ବିଜେଡିରେ ଯୋଗ ଦେବାକୁ ଇଚ୍ଛା ପ୍ରକାଶ କରିଥିଲେ । ଏପରିକି ବିଜେପିରେ ଯୋଗ ଦେଇ ଭୁଲ କରିଥିଲି ବୋଲି ଖୋଲାଖୋଲି କହିଥିଲେ । ତେବେ ସେତେବେଳେ ବିଜେଡିରେ ଯୋଗ ଦେବାକୁ ଚାହିଁଥିଲେ ମଧ୍ୟ ଯୋଗଦେଇ ପାରିନଥିଲେ ।  ନିର୍ବାଚନ ପୂର୍ବରୁ ଦାମଙ୍କୁ ପୁଣିଥରେ ଦଳରେ ଲୋଡିଛନ୍ତି ବିଜେଡି ସୁପ୍ରିମୋ । ଦାମଙ୍କ ଉପରୁ ବହିଷ୍କାର ଆଦେଶ ହଟିବା ପରେ ପୁଅ ସମ୍ବିତ ରାଉତରାୟ କହିଛନ୍ତି, ବାପାଙ୍କ ଉପରୁ ବହିଷ୍କାର ଆଦେଶ ହଟିବା ପରେ ମୁଁ ବହୁତ ଖୁସି ।

author

Related Articles

Leave a Reply

Your email address will not be published. Required fields are marked *