ବିଜେଡି ହାତ ଧରିଲେ ଅଭିନେତା ରୁଦ୍ର ପାଣିଗ୍ରାହୀ

ବିଜେଡି ହାତ ଧରିଲେ ଅଭିନେତା ରୁଦ୍ର ପାଣିଗ୍ରାହୀ

ବିଜେଡିରେ ସାମିଲ ହେଲେ ଅଭିନେତା ତଥା ଇଞ୍ଜିନିୟର ରୁଦ୍ର ଶ୍ୟାମ ପାଣିଗ୍ରାହୀ । ଆଜି ବିଧିବଦ୍ଧ ଭାବେ ସେ ବିଜେଡିରେ ଯୋଗ ଦେଇଛନ୍ତି । ଦଳର ବରିଷ୍ଠ ନେତାଙ୍କ ଗହଣରେ ସେ ବିଜେଡି ଶିବିରରେ ପାଦ ଥାପିଛନ୍ତି । ତେବେ କିଛି ଦିନ ପୂର୍ବରୁ ରୁଦ୍ରଙ୍କ ପତ୍ନୀ ଜିନା ଶଙ୍ଖ ଶିବିରକୁ ଆସିଥିଲେ । ଆଉ ଆଜି ରୁଦ୍ର ନବୀନଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ସେ ଶଙ୍ଖ ଫୁଙ୍କିଛନ୍ତି । ତାଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ପକ୍ଷରୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ଦଳକୁ ସ୍ୱାଗତ କରିଛନ୍ତି ସାଂସଦ ସସ୍ମିତ ପାତ୍ର । ବିଜେଡିରେ ମିଶିବା ପରେ ରୁଦ୍ର ଶ୍ୟାମ ପାଣିଗ୍ରାହୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବିଜେଡିର ବରିଷ୍ଠ ନେତା ଭିକେ ପାଣ୍ଡିଆନ ଓ ପ୍ରଣବ ପ୍ରକାଶ ଦାସଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସେ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଦଳରେ ମିଶିଲି । କାରଣ, ଓଡ଼ିଶାରେ ଯୁବକ ମାନଙ୍କ ଉପରେ ଫୋକସ କରୁଛନ୍ତି ମୁଖ୍ୟମନ୍ତ୍ରୀ ।

author

Related Articles

Leave a Reply

Your email address will not be published. Required fields are marked *