ବିଧାନସଭାରେ ବିଜେପିକୁ ନାକେଦମ କଲେ ବିଜେଡି ବିଧାୟକ ଅରୁଣ ସାହୁ । ଅରୁଣଙ୍କ କାହିଁକି ପ୍ରଶ୍ନରେ ବେହାଲ ବିଜେପି ନେତା ମନ୍ତ୍ରୀ । କିଛି ଦିନ ହେବ ସୁରୁଖୁରୁରେ ଚାଲିଥିବା ବିଧାନସଭା ଗୃହ ଏବେ ପୁଣି ହୁଲସ୍ତୁଲ ହୋଇଛି । ବିରୋଧୀଙ୍କ ଆକ୍ରମଣରେ ବିଜେପି ନାକେଦମ ହେଉଥିବା କୁହାଯାଉଛି । ବଜେଟ ସହ ବିଭିନ୍ନ ପ୍ରକାର ପ୍ରସଙ୍ଗକୁ ନେଇ ବିରୋଧୀଙ୍କ ପ୍ରଶ୍ନବାଣରେ ବିଜେପି ପାଟିରେ ତାଲା ପଡିଯାଉଛି । ବିଜେପି ଆଣୁଥିବା କୋଟି କୋଟି ଟଙ୍କାର ବଜେଟ ପଛର କଳା ରହସ୍ୟ ଲୋକଲୋଚନକୁ ଆଣିବା ସହିତ ବଜେଟ କିପରି କରାଯାଏ ତାହା ଶାସକ ଦଳକୁ ବୁଝାଉଛି ବିରୋଧୀ ବିଜେଡି ।
ତେବେ ବିଜେଡି ବିଧାୟକ ଅରୁଣ ସାହୁ ବିଜେପି ଆଣୁଥିବା ବଜେଟ ପଛର ରହସ୍ୟ ବିଧାନସଭାରେ ଖୋଲିବା ସହିତ କିପରି ଋଣ କରି ବଜେଟ ଆଣି ସରକାର ମିଛ ବାହା ବାହା ନେଉଛନ୍ତି ସେ ସମ୍ପର୍କରେ ଦୃଷ୍ଟି ଆକର୍ଷଣ କରିଥିଲେ । କେବଳ ଏତିକି ନୁହେଁ, ରାଜ୍ୟରେ ଯେଉଁ ଅବ୍ୟବସ୍ଥା ଶୀର୍ଷ ଛୁଇଁଛି, ମହିଳା ଅସଦାଚରଣ, ଦୁଷ୍କର୍ମ , ଆଇନ ବିଶୃଙ୍ଖଳା ବିପଯ୍ୟସ୍ତ , ଅପରାଧୀଙ୍କୁ ଦଣ୍ଡ କାହିଁକି ମିଳୁନି ଆଦି ବିଭିନ୍ନ ସମସ୍ୟା ଉପରେ ଆଲୋକପାତ କରିବା ସହିତ କାହିଁକି ଏସବୁର ସମାଧାନ ହେଉନି, ଏବଂ ନ୍ୟାୟ ମିଳୁନି ସେନେଇ ସରକାରଙ୍କୁ ପ୍ରଶ୍ନ ପଚାରୀ ହରଡଘଣାରେ ପକାଇଥିବା ଦେଖିବାକୁ ମିଳିଛି । ତେବେ ମୋହନ ସରକାରରେ ନାରୀମାନେ ସୁରକ୍ଷିତ ଥିବା ଏବଂ ନିର୍ଯ୍ୟାତନା ମାମଲା କମ୍ ହୋଇଥିବା ଉପମୁଖ୍ୟମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀ ଡିଣ୍ଡିମ ପିଟୁଥିବା ବେଳେ ମହିଳା ଅସଦାଚରଣରେ ଓଡିଶା ଯେ ଅନ୍ୟ ରାଜ୍ୟକୁ ଟପି ସାରିଛି ସେନେଇ ବିଧାନସଭାରେ ଯୁକ୍ତି ବାଢିଛନ୍ତି ଅରୁଣ ସାହୁ । ଯାହା ବିଜେପି ନେତା ଚୁପଚାପ୍ ଶୁଣୁଥିବା ଦେଖିବାକୁ ମିଳିଛି ।
