ବିଜେପିକୁ ପାଣି ପିଆଇବେ ଝାନସୀରାଣୀ !

ବିଜେପିକୁ ପାଣି ପିଆଇବେ ଝାନସୀରାଣୀ !

ଆନନ୍ଦପୁରରେ ବିଜେପିକୁ ପାଣି ପିଆଇବେ ଝାନସୀ । ଏଥର ଆନନ୍ଦପୁର ବିଧାନସଭା ଆସନରେ ରାଜ କରିବେ ଝାନସୀରାଣୀ । ହଁ ଦର୍ଶକବନ୍ଧୁ, ରାଜ୍ୟ ରାଜନୀତିର ଜଣେ ଚର୍ଚ୍ଚତ ଚେହେରା ହେଉଛନ୍ତି ଝାନସୀରାଣୀ ଦାସ । ସେ ଜଣେ ଆଗଧାଡିର ସମାଜ ସେବୀ ହୋଇଥିବା ବେଳେ ତାଙ୍କର ରାଜନୀତିରେ ଦବଦବା ରହିଆସିଛି । ଯାହାକୁ ଦୃଷ୍ଟିରେ ରଖି ସେ ରାଜନୀତିରେ ଏଣ୍ଟ୍ରି ମାରିବା ସହ ଚଳିତ ନିର୍ବାଚନରେ ଭାଗ ନେବା ପାଇଁ ଅଣ୍ଟା ଭିଡିଥିଲେ । ଏବଂ ବିଜେପିରେ ଯୋଗ ଦେଇ ନିଜର ରାଜନୈତିକ କ୍ୟାରିୟର ଆରମ୍ଭ କରିଥିଲେ । କିନ୍ତୁ ଦଳରେ ମିଶିବାର କିଛି ଦିନ ପରେ ସେ ନିରାଶ ହୋଇଥିଲେ । କାରଣ ଯେଉଁ ଉଦ୍ଦେଶ୍ୟ ନେଇ ସେ ଦଳରେ ସାମିଲ ହୋଇଥିଲେ ଦଳରେ ସେ ଉଦ୍ଦେଶ୍ୟ ପୂରଣ ହୋଇପାରିଲାନି । ଯାହା ପରେ ସେ ବିଜେପିରୁ ଇସ୍ତଫା ଦେଇଥିଲେ । କିନ୍ତୁ ଯେତେ ବେଳେ ଝାନସୀ ବିଜେପିରେ ଯୋଗ ଦେଇଥିଲେ ସେହି ଦିନଠାରୁ ଏଥର ଆନନ୍ଦପୁରରେ ଦୀର୍ଘ ୨୦ ବର୍ଷ ପରେ ପଦ୍ମ ଫୁଟିବ ବୋଲି ଆଶଙ୍କା ବଢିଥିଲା । ଏପରିକି ନିଜେ ଝାନସୀ ଆନନ୍ଦପୁରରେ ପଦ୍ମ ଫୁଟାଇବେ ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ । କିନ୍ତୁ ଦଳ ତାଙ୍କୁ ପ୍ରାର୍ଥୀ ନକରି ଆଲୋକ ସେଠୀଙ୍କୁ ଟିକେଟ୍ ଦେଲା । ଯାହା ପରେ ଦଳରେ ଖପ୍ପା ହୋଇ ଝାନସୀରାଣୀ ବିଜେପିରୁ ଇସ୍ତଫା ଦେବା ସହ ବିଜେପି ବିରୁଦ୍ଧରେ ରଣହୁଙ୍କାର ଦେଇଛନ୍ତି । ଏବଂ ସ୍ୱାଧୀନ ପ୍ରାର୍ଥୀ ହୋଇ ବିଜେପି ରାସ୍ତାରେ କଣ୍ଟା ସୃଷ୍ଟି କରିଛନ୍ତି । ଏହା ସହ ନିଜ ସଙ୍ଗଠନକୁ ଆହୁରି ମଜବୁତ କରିବା ପାଇଁ ଘର ଘର ବୁଲି ତାଙ୍କ ନିବାଚନୀ ଚିହ୍ନରେ ଭୋଟ ଦେବାକୁ ଅପିଲ୍ ମଧ୍ୟ କରୁଛନ୍ତି । ତେବେ ପୂବରୁ ମଧ୍ୟ ତାଙ୍କ ସଙ୍ଗଠନ ସୁଦୃଢ ଥିବା ବେଳେ ଏଥର ସେ କିପରି ଆନନ୍ଦପୁରରେ ବିଜୟୀ ହେବେ ସେନେଇ ଭିନ୍ନ ରୋଡ ମ୍ୟାପ ପ୍ରସ୍ତୁତ କରିଥିବା ସୂଚନା ମିଳିଛି । ତେବେ ଦେଖାଯାଉ ଆନନ୍ଦପୁରରେ ଝାନସୀରାଣୀ କିପରି ବିଜେପିକୁ ପାଣି ପିଆଉଛନ୍ତି ଏବଂ ନିଜ କିପରି ଶାସନ ଗାଦିରେ ବସୁଛନ୍ତି ତାହା ଦେଖିବାକୁ ଅପେକ୍ଷା ।

author

Related Articles

Leave a Reply

Your email address will not be published. Required fields are marked *