ବିଜେପିକୁ ପୁଣି ଲୋଡା ହେବେ କି ଲେଖା ନାନୀ ?

ବିଜେପିକୁ ପୁଣି ଲୋଡା ହେବେ କି ଲେଖା ନାନୀ ?

ହଁ ଦର୍ଶକବନ୍ଧୁ ଚଳିତ ସାଧାରଣ ନିର୍ବାଚନରେ ଟଳି ଗଲେ ରଥୀ ମହାରଥୀ ଧରାଶାୟୀ ନିଜେ ଛତ୍ରପତି । ଦଳକୁ ସଜାଡିବାରେ ବ୍ୟସ୍ତ ରହିଛନ୍ତି ଶଙ୍ଖପତି । ହେଲେ ଦଳ ଡିଆଁ ନବୀନଙ୍କ ଟେନସନ ବଢାଇଲାଣି । ଏହାରି ଭିତରେ ବିଜେଡିର ଫାୟାର ବ୍ରାଣ୍ଡ ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାରଙ୍କ ଘର ବାହୁଡା ହୋଇପାରନ୍ତି ବୋଲି ରାଜ୍ୟ ରାଜନୀତିରେ ଚର୍ଚ୍ଚା ବଢାଇଛି । ଦଳରେ ନିଜର ସଙ୍ଗଠନକୁ ମଜଭୁତ କରାଇବା ପାଇଁ ପ୍ରତିଦିନ ଜିଲ୍ଲା ସ୍ତର ଠାରୁ ଆରମ୍ଭ କରି ଯେ ରାଜ୍ୟ ସ୍ତରର ନେତୃବୃନ୍ଦଙ୍କୁ ଭେଟୁଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଗତକିଛି ଦିନ ତଳେ ନିର୍ବାଚନ ସମୟରେ ବିଜେପିରୁ ବିଜେଡିକୁ ଆସିଥିବା 14 ଜଣ ନେତାଙ୍କୁ ଭେଟିଥିଲେ ନବୀନ କିନ୍ତୁ ସେମାନଙ୍କ ମଧ୍ୟରେ ଉପସ୍ଥିତ ନଥିଲେ ଲେଖାଶ୍ରୀ ସାମନ୍ତସିଂହାର । ଅନ୍ୟପଟେ ତାଙ୍କୁ ମଧ୍ୟ ବିଜେଡିରେ ସେତେଟା ଦେଖିବାକୁ ମିଳୁନାହିଁ । ଯେଉଁଥିପାଇଁ ସେ ପୁଣିଥରେ ଘର ବାହୁଡା ହେବା ନେଇ ଜୋରଦାର ଚର୍ଚ୍ଚା ଚାଲିଛି । ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଲେଖାଶ୍ରୀଙ୍କ ଭଳି ଭଏସ ବିଜେପି ସରକାର ପାଖରେ ନାହିଁ ତେଣୁ ତାଙ୍କୁ ବିଜେପି ନିଜ ହାତମୁଠାକୁ ନେବା ପାଇଁ ପ୍ରୟାସ କରିପାରେ ବୋଲି କୁହାଯାଉଛି । ଏକଦା ବିଜେପିରେ କୋଣଠେସା ହୋଇପଡିଥିବା ଲେଖାନାନୀଙ୍କୁ ପୁଣିଥରେ ବିଜେପି କେଉଁ ପ୍ରତିଶ୍ରୁତି ଦେଇ ନିଜ ଅକ୍ତିଆରକୁ ଆଣିବ ଏବଂ ଲେଖାଶ୍ରୀଙ୍କ ନିଷ୍ପତ୍ତି କଣ ହେବ ତାହା ଉପରେ ସଭିଙ୍କ ନଜର ରହିଥିବା ବେଳେ ଏହାକୁ ନେଇ କଣ ରହିଛି ରାଜନୀତି ସମୀକ୍ଷକଙ୍କ ମତ ଆସନ୍ତୁ ଜାଣିବା ।

author

Related Articles

Leave a Reply

Your email address will not be published. Required fields are marked *